ଲକ୍ଷ୍ନୌ: ପ୍ରେମୀଯୁଗଳଙ୍କ ପାଇଁ ଦିନଟିଏ । ଭାଲେଣ୍ଟାଇନ୍ ଡେ’ରେ ଖୁସି ମନାଇଥାନ୍ତି । ପ୍ରେମୀଯୁଗଳ ମାନେ ଆଜିର ଦିନରେ ସ୍ବତନ୍ତ୍ର ପ୍ଲାନ ବନାଇଥାନ୍ତି। କିନ୍ତୁ କେହି କେବେ ଭାବିନଥିବ କି, ଭାଲେଣ୍ଟାଇନ୍ ଡେ’ ହେଥ୍ ଡେ’ରେ ପାଲଟିଯିବ ବୋଲି । ଏମିତି ଏକ ଖବର ଆସିଛି ଉତ୍ତରପ୍ରଦେଶର ପ୍ରୟାଗରାଜରୁ । ପ୍ରେମିକଙ୍କା ଗୋଟିଏ ମେସେଜ ପାଇଁ ଜୀବନ ହାରି ଦେଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର । ସେପଟେ ପୁଲିସ ଖବର ପାଇ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ମୃତକଙ୍କ ପରିବାର ଲୋକେ ଏହାକୁ ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ମଧ୍ୟ ଅଭିଯୋଗ କରିଛନ୍ତି । ଏନଡିଏ ପାଇଁ ପ୍ରସ୍ତୁତ ହେଉଥିବା ୧୭ ବର୍ଷୀୟ ଅମନ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିବାବେଳେ ପରିବାର ଲୋକେ ଅଭିଯୋଗ କରିଛନ୍ତି କି, ଯେତେବେଳେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ଫାଶୀ ଦେଇଥିଲେ । ମାତ୍ର ଗୋଡ଼ ତଳେ ଲାଗିଥିଲା । ଏଣୁ ତାଙ୍କୁ ହତ୍ୟା କରି ବତ୍ମହତ୍ୟାର ରୂପ ଦେବା ପାଇଁ ଏଭଳି କରାଯାଇଛି । ତେବେ ପୁଲିସ ଏଦିଗରେ ତଦନ୍ତ ଚଳାଇଛି ।










