18.1 C
Bhubaneswar
Thursday, February 12, 2026
Homeଓଡିଶାଟ୍ରେନ ସମ୍ମୁଖରେ ଡେଇଁ ଆତ୍ମହତ୍ୟା କଲେ ଯୁବକ

ଟ୍ରେନ ସମ୍ମୁଖରେ ଡେଇଁ ଆତ୍ମହତ୍ୟା କଲେ ଯୁବକ

ଝାରସୁଗୁଡ଼ା: ପାରିବାରିକ କଳହର କରୁଣ ପରିଣତି। ଟ୍ରେନ ସମ୍ମୁଖରେ ଡେଇଁ ଆତ୍ମହତ୍ୟା କଲେ ଯୁବକ। ମୃତକ ହେଲେ ସମ୍ବଲପୁର ସହରର ଗୋଲ ବଜାରର ପ୍ରେମ କୁମାର ହିନ୍ଦୁଜା। ସୂଚନା ପାଇ ଜିଆରପି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିବା ବେଳେ ବ୍ୟବଚ୍ଛେଦ ପାଇଁ ପଠାଇଛି। ପ୍ରେମଙ୍କ ଭିଣୋଇ ତଥା ଝାରସୁଗୁଡ଼ା ସହରର କକ୍ସ କଲୋନୀ ବାସିନ୍ଦା ଧନଞ୍ଜୟ ପାଣ୍ଡେଙ୍କ କହିବାନୁସାରେ, ପ୍ରେମଙ୍କ ବିବାହକୁ ୪ ବର୍ଷ ହୋଇଥିବା ବେଳେ ତାଙ୍କର ପାରିବାରିକ କଳହ ଲାଗି ରହିଥିଲା। ଗତକାଲି ସନ୍ଧ୍ୟା ୭ଟାରେ ପ୍ରେମ ତାଙ୍କ ଘରକୁ ଆସିଥିବା ବେଳେ ଏକ ସୁଇସାଇଡ ନୋଟ ଲେଖି ସନ୍ଧ୍ୟା ସାଢେ ୮ଟା ବେଳେ ଘରୁ ବାହାରି ଆସିଥିଲେ। ପରିବାର ଲୋକେ ଖୋଜାଖୋଜି କରି ତାଙ୍କର ସନ୍ଧାନ ନପାଇବା ପରେ ଝାରସୁଗୁଡା ସଦର ଥାନା ଓ ଜିଆରପି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଜି ସକାଳୁ ସହରର ଭୁଲିଆଟିକ୍ରା ରାସ୍ତାରେ ଆତ୍ମହତ୍ୟା କରିଥିବାର ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ମୃତକ ପ୍ରେମ ବୋଲି ଜଣାପଡିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking