ସାଲେପୁର: ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ । ଲାଇଭ ଭିଡିଓ କରି ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କଲେ । ଯୁବକ ଜଣକ ସାଲେପୁର ଥାନା ଅନ୍ତର୍ଗତ ଛାଣିପୁର ପଞ୍ଚାୟତ ଅଧିନସ୍ତ ସାତବାଟି ଗାଁର ବୋଲି ଚିହ୍ନଟ ହୋଇଛନ୍ତି। ସୂଚନା ଅନୁସାରେ, ମାଧବାନନ୍ଦ ମହାରଣାଙ୍କ ଏକ ମାତ୍ର ପୁଅ ସୁନୀଲ କୁମାର ମହାରଣା। ସୁନୀଲ ଭୁବେନେଶ୍ୱରରେ ଏକ ଟ୍ରାଭେଲ ଏଜେନ୍ସି କରିଥିଲେ । କୌଣସି କାରଣକୁ ନେଇ ସୁନୀଲ ମାନସିକ ଭାରସାମ୍ୟ ହରାଇ ମଞ୍ଚେଶ୍ୱରରେ ଲାଇଭି ଭିଡିଓ କରିଥିଲେ । ପରେ ମଞ୍ଚେଶ୍ଵରରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବାର ଜଣା ପଡିଛି । ଘଟଣା ପରେ ଗାଁରେ ଶୋକସନ୍ତପ୍ତ ପରିବେଶ ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।










