31.1 C
Bhubaneswar
Monday, April 6, 2026
Homeଓଡିଶାଚୋର ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ଼: ଚାଲିଗଲା ଜୀବନ

ଚୋର ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ଼: ଚାଲିଗଲା ଜୀବନ

ମୟୁରଭଞ୍ଜ: ଚୋର ସନ୍ଦେହରେ ଯୁବକଙ୍କୁ ଲୁହା ରଡରେ ନିସ୍ତୁକ ମାଡ । ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ  ।  ଏଭଲି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବଡସାହି ଅଞ୍ଚଳରେ ।  ମୃତ ଯୁବକ ହେଲେ ବଡସାହି ଗାଁର  କାମିନୀକାନ୍ତ  ବେହେରା ଓରଫ ଟିକି ।  ସୂଚନା ଅନୁଯାୟୀ, ବଡସାହି ଥାନା  ଅଧୀନରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର  ପରିସରରେ ନିର୍ମାଣ କାମ ଚାଲିଥିବା ବେଳେ ସେ ଘଟଣାସ୍ଥଳରେ  ବୁଲୁଥିଲେ । ଏହି ସମୟରେ ତାଙ୍କୁ ଚୋର ସନ୍ଦେହରେ  ନିସ୍ତୁକ ମାଡ ମାରିଥିଲେ । ନିର୍ମାଣ କାମ ତଦାରଖ କରୁଥିବା ସୁପର ଭାଇଜର ଓ ସୁରକ୍ଷା କର୍ମୀ । ପରେ ସ୍ଥାନୀୟ ବାସିନ୍ଦା ଯୁବକଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ  ବଡସାହି ଡାକ୍ତରଖାନାରେ ଭର୍ତ୍ତି  କରିଥିଲେ ।  ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାରିପଦା ମୁଖ୍ୟ  ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ  ତାଙ୍କର ମୃତ୍ୟୁ ହୋଇଚି ।  ପରିବାର ଲୋକହ୍‌କ ଅଭିଯୋଗ  ପରେ ୨ ଜଣଙ୍କୁ  ଅଟକ ରଖି ତଦନ୍ତ  ଚଳାଇଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking