19.1 C
Bhubaneswar
Saturday, February 7, 2026
Homeଓଡିଶାଏକତା ଛକରେ ଏକତାର ବାର୍ତ୍ତା ଦେଲା ଯୁବ ଓ ଛାତ୍ର ବିଜେଡି

ଏକତା ଛକରେ ଏକତାର ବାର୍ତ୍ତା ଦେଲା ଯୁବ ଓ ଛାତ୍ର ବିଜେଡି

 ପୁଣିଥରେ ନବୀନ ପଟ୍ଟନାୟକଙ୍କ ସହିତ ଛିଡା ହେବ ନୂଆପଡା
ଭୁବନେଶ୍ୱର:  ନୂଆପଡାରେ କେବଳ ଶଙ୍ଖ ବାଜିବ । ବିଜେଡି ବିପୁଳ ଭୋଟରେ ନୂଆପଡ଼ା ବିଧାନସଭା କ୍ଷେତ୍ରକୁ ପୁନଃ ଦଖଲ କରିବ । ନବୀନ ପଟ୍ଟନାୟକଙ୍କ ସହ ନୂଆପଡ଼ାବାସୀଙ୍କ ଆଶୀର୍ବାଦ ରହିଥିଲା, ଆଗକୁ ବି ରହିବ । ବୁଧବାର ନୂଆପଡ଼ା ଏନଏସି ଅଧୀନ ଆକଟ ଛକ ଠାରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜିତ ପଥପ୍ରାନ୍ତ ସଭାରେ ଉପସ୍ଥିତ ଜନତାଙ୍କ ଭରପୁର କରତାଳି ସହ ଏହି ଉକ୍ତି ପ୍ରକମ୍ପିତ ହୋଇଥିଲା । ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ, ଛାତ୍ର ବିଜେଡି ସଭାନେତ୍ରୀ ଇପ୍ସିତା ସାହୁ, ଦେବେଶ ଆଚାର୍ଯ୍ୟ, ଦିପାଲି ଦାସ, ସ୍ୱରୂପ ଦାସ, ନନ୍ଦଲାଲ ସିଂହ, ସୁବ୍ରତ ସିଂହ, ରାଧାରାଣୀ ପଣ୍ଡା, ଅମିତ୍ ସିଂଦେଓ, ମାନସ ବାଗ, ମୁଜାହିଦ୍ ଖାନ୍ ପ୍ରମୁଖ ଯୋଗଦେଇ ବିଜେଡି ସରକାରଙ୍କ ଦ୍ୱାରା ନୂଆପଡାରେ ହୋଇଥିବା ବିକାଶମୂଳକ କାମକୁ ସ୍ମରଣ ପୂର୍ବକ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପ୍ରତି ବିଶ୍ୱାସ ପ୍ରତିବେଦନ କରିଥିଲେ । ନବୀନ ବାବୁଙ୍କ ନିଦେ୍ର୍ଦଶରେ ନିଜ ପକ୍ଷରୁ ଉପନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ସ୍ନେହାଙ୍ଗିନୀ ଛୁରିଆଙ୍କୁ ବହୁ ଭୋଟରେ ବିଜୟୀ କରିବା ପାଇଁ ଉପସ୍ଥିତ ଜନତାଙ୍କ ସହଯୋଗ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ବହୁ ଯୁବ, ଶ୍ରମଜୀବୀ, ବ୍ୟବସାୟୀ, ଆଦିବାସୀ ଯୋଗଦେଇ କରତାଳି ମାଧ୍ୟମରେ ବିଜେଡି ପ୍ରତି ଆନୁରକ୍ତି ବ୍ୟକ୍ତ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking