34.1 C
Bhubaneswar
Thursday, April 10, 2025
Homeଓଡିଶାଯୁବକଙ୍କୁ ସଙ୍ଘବଦ୍ଧ ଭାବେ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ

ଯୁବକଙ୍କୁ ସଙ୍ଘବଦ୍ଧ ଭାବେ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ

ମୟୂରଭଞ୍ଜ: ଚର୍ଚ୍ଚାରେ ମୋରଡ଼ା ଥାନା ଏବଂ ଚିତ୍ରଡ଼ା ପୋଲିସ ଫାଣ୍ଡି । ପିଛାଛାଡୁନି ନାରକିୟ କାଣ୍ଡ । ଲଗାତାର ଘଟୁଛି ଘଟଣା ଗଡିଲା ୩ ମୁଣ୍ଡ । ହେଲେ ପୋଲିସ ହାତ ଖାଲି ବାହାରେ ବୁଲୁଛନ୍ତି ସଂପୃକ୍ତ ଅଭିଯୁକ୍ତ ହତ୍ୟାକାରୀମାନେ ବୋଲି ଅଭିଯୋଗ ଏବେ ସ୍ଥାନୀୟ ପୋଲିସର ଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ଚର୍ଚ୍ଚା ହେଉଛି। ତେବେ କିଛିଦିନର ବ୍ୟବଧାନରେ ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅଧୀନରେ ଥିବା ଚିତ୍ରଡା ଫାଣ୍ଡି ଅଞ୍ଚଳରେ ଜଣେ ଯୁବକଙ୍କୁ ଯୋଜନାବଦ୍ଧ ଭାବେ ପିଟି ପିଟି ନୃଶଂସ ଭାବେ ହତ୍ୟା କରାଯାଇଥିବା ଭଳି ଘଟଣା ସାମ୍ନାକୁ ଆସିଛି। ତେବେ ଏନେଇ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ ହଳଦୀପାଳ ପଞ୍ଚାୟତ ପାରିଆଉଡ଼ା ଗ୍ରାମର ରାଜୀବ ବେହେରା(ଟୁନୁ)। ଏନେଇ ରାଜୀବଙ୍କ ବଡ଼ଭାଇ ସଞ୍ଜୟ କୁମାର ବେହେରା ପୋଲିସ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ମୁତାବକ, ଗତ ଏପ୍ରିଲ ୧ତାରିଖ ରାତି ପ୍ରାୟ ୧୧ଟା ସମୟରେ ମୃତକ ରାଜୀବ ଶୀର୍ଷାପାଳ ଗ୍ରାମର ଅରୁଣ କୁମାର ସାହୁଙ୍କ ସହିତ ଥିବା ସମୟରେ ଜଣେ ଅଜଣା ଯୁବକ ଏକ ବାଇକ(ଓଡି-୦୧-ଏଏନ-୯୨୭୧)ରେ ଆସି ସ୍ଥାନୀୟ ଜଣେ ଯୁବକଙ୍କ ଠିକଣା ପଚାରିବାକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ତେବେ ରାତି ପ୍ରାୟ ୧୧ଟା ୩୦ମିନିଟ ସମୟରେ ଶୀର୍ଷାପାଳ ୱାର୍ଡ ସଭ୍ୟ ରାକେଶ ଦାସ ସଂଜୀବଙ୍କ ଘରକୁ ଯାଇ ରାଜୀବ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଧୋବାସାହି କୂଅ ପାଖରେ ପଡି ରହିଥିବାର ଖବର ଦେଇଥିଲେ। ଖବରପାଇ ସଂଜୀବ ସେଠାରେ ପହଞ୍ଚିବା ପରେ ହଳଦୀପାଳ ଗ୍ରାମର ଅମ୍ବରିଶ ବେହେରା ରାଜୀବଙ୍କୁ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ରାଜୀବଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲ ମାତ୍ର ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ଗତକାଲି ବୁଧବାର ଦିନ କଟକ ଏସସିବି ମେଡିକାଲକୁ ନେଇ ଆଡମିଶନ କରିବା ପରେ ରାଜୀବଙ୍କ ମୃତ୍ୟ ଘଟିଥିଲା।ଆଜି ସକାଳ ୯ଟା ସମୟରେ ସଂଜୀବ ଲିଖିତ ଅଭିଯୋଗ କରିଥିଲେ ଏବଂ ତାଙ୍କ ସହିତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ।ତେବେ ଏହାଏକ ଯୋଜନାବଦ୍ଧ ସୁପରିକଳ୍ପିତ ସଙ୍ଘବଦ୍ଧ ଭାବେ ରାଜୀବଙ୍କୁ ଆକ୍ରମଣ କରି ନିର୍ଦ୍ଦୟ ତଥା ନୃଶଂସ ଭାବେ ପିଟି ପିଟି ମାରିଥିବାର ଅଭିଯୋଗ କରିଛନ୍ତି ସଂଜୀବ। ଲିଖିତ ଅଭିଯୋଗକୁ ଭିତ୍ତିକରି ମୋରଡା ଥାନା ପକ୍ଷରୁ ୯୨/୨୫ରେ ଏକ ମାମଲା ରୁଜୁ ହୋଇଛି। ଘଟଣାସ୍ଥଳରେ ବେତନଟି ଏସଡିପିଓ ମିନତୀ ବିଶ୍ୱାଳ, ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସନ୍ଦେହ ଘେରୋକୁନେଇ ଚାରିଜଣଙ୍କୁ ଅଟକ ରଖି ପଚରାଉଚରା କରି ଅପରାଧୀଙ୍କ ନିକଟରେ ପହଞ୍ଚିବା ପାଇଁ ପୋଲିସ ଜୋରଦାର ଉଦ୍ୟମ ଚଳାଇଥିବା ଜଣପଡ଼ିଛି । ତେବେ ଏଘଟଣାରେ ସମ୍ପୃକ୍ତଙ୍କ ଏକ ଅଡ଼ିଓ ଭାଇରାଲ ହେଉଥିବା ବେଳେ ଅପରାଧୀଙ୍କୁ ଚିହ୍ନଟ କରିବାରେ ସହାୟକ ହେବ ବୋଲି ଆଲୋଚନା ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking