ଭୁବନେଶ୍ୱର: ମଦ ପିଇ ମାତାଲ ଯୁବତୀଙ୍କ ଉତ୍ପାତ । ନିଶାରେ ଚୁର ୩ ମାତାଲ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ଉତ୍ପାତ । ସ୍ଥାନୀୟ ଲୋକେ ଅଟକାଇ ପୁଲିସକୁ ଜିମା ଦେଲେ । ଏଭଳି ଘଟଣା ଘଟିଛି ଭୁବନେଶ୍ୱରର ମେ’ ଫେୟାର ହୋଟେଲ ନିକଟରେ । ବେପରୁଆ ଗାଡି ଚଳାଇବା ବେଳେ ସ୍ଥାନୀୟ ଲୋକେ ଅଟକାଇବାରୁ ପାଟିତୁଣ୍ଡ ଗଣ୍ଡଗୋଳ ହୋଇଥିଲା । ନୟାପଲ୍ଲୀ ଥାନା ପିସିଆର ପହଞ୍ଚି ଥାନାକୁ ଉଠାଇ ଆଣିଲା । ମାମଲା ରୁଜୁ କରି , ଗାଡି ଜବତ କଲା ପୁଲିସ । ସମସ୍ତେ ମାତ୍ରାଧିକ ମଦ୍ୟପାନ କରିଥିବା ନେଇ ସୂଚନା ପାଇଛି ପୋଲିସ ।










