20.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଯୁବତୀଙ୍କୁ ଗୁଳି କରି ହତ୍ୟା

ଯୁବତୀଙ୍କୁ ଗୁଳି କରି ହତ୍ୟା

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ଏକ ବିବାହ ବରଯାତ୍ରୀ ସମୟରେ ଗୁଳି ଚଳାଇବା ପଡିଲା ମହଙ୍ଗା । ସେହି ଗୁଳିରେ ଚାଲିଗଲା ଯୁବତୀଙ୍କ ଜୀବନ । ମୃତ ଯୁବତୀଙ୍କୁ ଅର୍ଶଦଙ୍କ ଝିଅ ଅକ୍ଷା ବୋଲି ଚିହ୍ନଟ କରାଯାଇଛି । ଏହି ଘଟଣା ମେରଠର ଲିସାଡିଗେଟ୍ ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି । ସୂଚନା ଅନୁସାରେ, ସୋମବାର ରାତିରେ ଶ୍ୟାମନଗର ରୋଡରେ ଅବସ୍ଥିତ ଶୌକତ ୱାଲି ଗଳି ଦେଇ ବରଯାତ୍ରୀ ଯାଉଥିଲାସେହି ସମୟରେ, ସେଥିରେ ଯୋଗ ଦେଇଥିବା ସଦସ୍ୟମାନେ ଅଚାନକ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଏହି ସମୟରେ ଛାତ ଉପରେ ଠିଆ ହୋଇଥିବା ଅକ୍ଷାଙ୍କ ପେଟରେ ହଠାତ୍ ଗୁଳି ବାଜିଥିଲା । ବରଯାତ୍ରୀ କିଙ୍ଗ ପ୍ୟାଲେସ୍ ହାପୁର ରୋଡ ଆଡକୁ ଯାଉଥିଲା । ଗୁଳିବାଜିବା ପରେ ପରିବାର ଲୋକେ ଯୁବତୀକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ନେଇଯାଇଥିଲେସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗୁଳିକାଣ୍ଡ ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ପଳାଇଯାଇଥିଲେ । ଏହି ମାମଲାରେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି। ଅକ୍ଷାଙ୍କ ମୃତ୍ୟୁ ପରେ ଅଞ୍ଚଳରେ ଏବଂ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking