19.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶବସ ଭିତରେ ଯୁବତୀଙ୍କୁ ଦୁଷ୍କର୍ମ

ବସ ଭିତରେ ଯୁବତୀଙ୍କୁ ଦୁଷ୍କର୍ମ

ପୁଣେ: ପୁଣେ ସହରରେ ଏକ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ଏଠାରେ ବସ୍ ଭିତରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଛି। ମଙ୍ଗଳବାର ଦିନ ସହର ଉପକଣ୍ଠରେ ଥିବା ଏକ ବସଷ୍ଟାଣ୍ଡରେ ଏହି ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି। ଅଭିଯୋଗ ମିଳିବା ପରେ ପୁଲିସ୍ ସିସିଟିଭି ଯାଞ୍ଚ କରି ଅଭିଯୁକ୍ତକୁ ଚିହ୍ନଟ କରିବା ସହିତ ତା’କୁ ଧରିବା ଲାଗି ଏକାଧିକ ଟିମ୍ ମୁତୟନ କରିଛି। ଅଭିଯୁକ୍ତ ନାମରେ ପୂର୍ବରୁ ଏକାଧିକ ଆପରାଧିକ ମାମଲା ରହିଥିବା ସୂଚନା ମିଳିଛି। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୫ଟା ସମୟରେ ୨୬ ବର୍ଷୀୟ ଦୁଷ୍କର୍ମ ପୀତିତାଜଣକ ପୁଣେରେ ସ୍ୱରଗେଟ୍ ବସଷ୍ଟାଣ୍ଡ ନିକଟରେ ବସ୍‌କୁ ଅପେକ୍ଷା କରି ଛିଡ଼ା ହୋଇଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ପୀଡ଼ିତାଙ୍କୁ ଦିଦି ବୋଲି ଡାକି ତାଙ୍କ ବସ୍ ଅନ୍ୟ ଏକ ପ୍ଲାଟଫର୍ମରେ ପହଞ୍ଚିଥିବା କହିଥିଲେ। ଏପରିକି ଯୁବତୀଙ୍କୁ ସେ ତାଙ୍କ ବସ ନିକଟକୁ ନେଇଯିବେ ବୋଲି କହି ଡାକିଥିଲେ।

ଯୁବତୀଜଣକ ମଧ୍ୟ ଅଭିଯୁକ୍ତର କଥାକୁ ବିଶ୍ୱାସ କରି ତା’ ସହ ବସ୍ ଷ୍ଟାଣ୍ଡ୍‌କୁ ଚାଲିଯାଇଥିଲେ। ପରେ ଅଭିଯୁକ୍ତଜଣକ ପୀଡିତାଙ୍କୁ ବସଷ୍ଟାଣ୍ଡ୍‌ରେ ଛିଡା ରହିଥିବା ଶିବ ଶାହି ନାମକ ଏକ ଏସି ବସ୍ ନିକଟକୁ ନେଇଯାଇଥିଲେ। ବସ୍ ଭିତର ଅନ୍ଧାର ଥିବାରୁ ଏବଂ କେହି ଯାତ୍ରୀ ନଥିବାରୁ ଯୁବତୀଜଣକ ଭୟଭୀତ ହୋଇ ସେଥିରେ ଚଢ଼ିନଥିଲେ। କିନ୍ତୁ ଅଭିଯୁକ୍ତ ତାଙ୍କୁ ଟର୍ଚ୍ଚ ଦେଇ ଭିତର ଯାଞ୍ଚ କରିବାକୁ କହିଥିଲେ। ଏହାପରେ ଯୁବତୀଜଣକ ଯେତେବେଳେ ଟର୍ଚ୍ଚ ସାହାଯ୍ୟରେ ବସ୍ ଭିତର ଯାଞ୍ଚ କରିବାକୁ ଚଢ଼ିଲେ ସେତେବେଳ ଅଭିଯୁକ୍ତ ଅଭିଯୁକ୍ତ ତାଙ୍କୁ ଭିତରକୁ ଟାଣି ନେଇ ଦୁଷ୍କର୍ମ କରିଥିଲା। ପରେ ସେଠାରୁ ସେ ଫେରାର ହୋଇଯାଇଥିଲା। ରିପୋର୍ଟ ଲେଖାହେବା ସୁଦ୍ଧା ଅଭିଯୁକ୍ତକୁ ଗିରଫ କରାଯାଇପାରିନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking