22.1 C
Bhubaneswar
Saturday, March 8, 2025
Homeଦେଶ ବିଦେଶବୟଫ୍ରେଣ୍ଡ ପାଇଁ ଭ୍ୟାକେନ୍ସି ବାହାର କଲେ ଯୁବତୀ

ବୟଫ୍ରେଣ୍ଡ ପାଇଁ ଭ୍ୟାକେନ୍ସି ବାହାର କଲେ ଯୁବତୀ

ବୁରୋ: ଆଜିକାଲି ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଘଟଣା ଘଟୁଛି । ଏବେ ଲୋକେ ପ୍ରେମରେ ପଡୁନାହାନ୍ତି । କିନ୍ତୁ ପ୍ରେମକୁ ମଜାକ୍ ଭାବରେ ନେଇଯାଉଛନ୍ତି । ତେବେ ଇଂଲଣ୍ଡରେ ରହୁଥିବା ଏକ ମଡେଲ (ଭେରା ଡିଜକମାନ୍ସ) ଏହିଭଳି କିଛି କାମ କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ପ୍ରକୃତରେ ଏହି ଯୁବତୀଙ୍କୁ ଏକ ବୟଫ୍ରେଣ୍ଡ ଦରକାର ଥିଲା । ସେଥିପାଇଁ ସେ ଭ୍ୟାକେନ୍ସି ବାହାର କରିଥିଲେ । ଆଜିର ଦୁନିଆରେ ପୁଅମାନେ ମଧ୍ୟ କିଛି କମ୍ ନୁହନ୍ତି । ପ୍ରାୟ ୫୦୦୦ ପୁଅ ଯୁବତୀଙ୍କୁ ପ୍ରେମ ଆବେଦନ ପଠାଇଛନ୍ତି ।

ତେବେ ଏହି ଘଟଣାକୁ ନେଇ ଯୁବତୀ ଜଣଙ୍କ ବେଶ୍ ଚର୍ଚ୍ଚାରେ ଅଛନ୍ତି । ଏହାପରେ ଯୁବତୀ ଜଣଙ୍କ ପ୍ରେମରେ ପଡିବାର କୈଶଳ ଶିଖାଉଛନ୍ତି । ଏକ ରିପୋର୍ଟ ଅନୁସାରେ ଯୁବତୀ ହେଉଛନ୍ତି ଜଣେ କଣ୍ଟେଣ୍ଟ କ୍ରିଏଟର । ଏହା ସହ ସେ ଇନଷ୍ଟାଗ୍ରାମର ଜଣେ ଇନଫ୍ଲୁଏନସର । ୨୦୨୩ରେ ସେ ଚର୍ଚ୍ଚାରେ ରହିଥିଲେ । ସେ ସେହି ସମୟରେ ବୟଫ୍ରେଣ୍ଡ ଖୋଜୁଥିଲେ । ସେଥିପାଇଁ ସେ ପୁଅ ମାନଙ୍କୁ ପ୍ରେମ ନିବେଦନ ପଠାଉଥିଲେ । ୨୦୨୪ରେ ଏକ ବର୍ଷ ପୂରଣ ହୋଇଯିବା ପରେ ମଧ୍ୟ ସେ କୌଣସି ଯୁବକଙ୍କୁ ଚୟନ କରିନାହାନ୍ତି । ତାଙ୍କୁ ୫୦୦୦ ନିବେଦନ ଆସିଛି । ସେଥିମଧ୍ୟରୁ ସେ ତିନି ଜଣଙ୍କୁ ବାଛିଛନ୍ତି।

ସେମାନେ ଯୁବତୀଙ୍କ ସହ ଡେଟ୍ ରେ ମଧ୍ୟ ଯାଇଛନ୍ତି । କିନ୍ତୁ ଯୁବତୀ ଏବେ ପର୍ଯ୍ୟନ୍ତ ସିଙ୍ଗଲ ଅଛନ୍ତି । ଏହି ଘଟଣା ପାଇଁ ଏବେ ସେ ପୁଣିଥରେ ଖୁବ ଚର୍ଚ୍ଚାରେ ରହିଛନ୍ତି । ସଠିକ୍ ଯୁବକ ମାନଙ୍କୁ କିପରି ଚୟନ କରିବା ଓ ସେମାନଙ୍କୁ କିପରି ପ୍ରେମରେ ଫସାଇ ନିଜର କରିବାକୁ ପଡିବ ଯୁବତୀ ଜଣଙ୍କ ଅନ୍ୟ ମହିଳା ମାନଙ୍କୁ ଶିଖାଉଛନ୍ତି । ସେ ସୋସିଆଲ ମିଡିଆରେ କହିଛନ୍ତି କି ଯୁବତୀ ମାନଙ୍କୁ ସର୍ବ ପ୍ରଥମେ ନିଜର ସମ୍ମାନ କରିବା ଉଚିତ । ମହିଳାଙ୍କ ପରି ପୁରୁଷ ମାନେ ମଧ୍ୟ ଏକ ବାଉଣ୍ଡ୍ରି ରେ ରହିବା ଜରୁରୀ ହୋଇଥାଏ । ସାଧାରଣତଃ ପୁଅମାନେ ଯେତେବେଳେ ମହିଳାଙ୍କୁ ଭେଟନ୍ତି ସେହି ସମୟରେ ଡେଟ୍ ପାଇଁ ଯିବା ସୁନିଶ୍ଚିତ ହୋଇଥାଏ । ସେହିପରି ଯୁବତୀ ମାନେ ଅଧିକ ରାତିରେ ନିଜ ଘରକୁ ଫେରିବା ଠିକ୍ ନୁହେଁ । ଏଭଳି ବିଳମ୍ବ ହେଲେ ଯୁବତୀ ମାନେ ସତର୍କ ରହିବା ଜରୁରୀ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking