21.1 C
Bhubaneswar
Saturday, February 7, 2026
Homeଓଡିଶାଭୁଲ ଟ୍ରେନରେ ଚଢ଼ି ଯୁବତୀ ନିଖୋଜ

ଭୁଲ ଟ୍ରେନରେ ଚଢ଼ି ଯୁବତୀ ନିଖୋଜ

ମୟୂରଭଞ୍ଜ: ମୟୂରଭଞ୍ଜରୁ ସାମ୍ନାକୁ ଆସିଛି ଏକ ଆଶର୍ଯ୍ୟଜନକ ଘଟଣାଭୁଟ୍ରେନରେ ଚଢ଼ି ଯୁବତୀ ନିଖୋଜ ହୋଇଥିବା ନେଇ ସୂଚନା ମିଳିଛିଘଟଣା ଅନୁସାରେ ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ପଦ୍ମନାଭପୁର ଗ୍ରାମର ଯୁବତୀ ବେଙ୍ଗାଲୁରୁରୁ ଫେରୁଥିବାବେଳେ ଭୁଲ ବଶତଃ ଅନ୍ୟ ଏକ ଟ୍ରେନ୍‌ରେ ଉଠିଯିବା ପରେ ତାଙ୍କର ଆଉ କୌଣସି ଖୋଜଖବର ମିଳୁ ନ ଥିବା ପରିସ୍ଥିତିରେ ବ୍ୟସ୍ତ ବିବ୍ରତ ହୋଇପଡ଼ିଛନ୍ତି ପରିବାର ଲୋକେ। ମିଳିଥିବା ସୂଚନା ମୁତାବକ ରବୀନ୍ଦ୍ର ବିନ୍ଧାଣି ଓ ସୁଭଦ୍ରା ବିନ୍ଧାଣିଙ୍କ ୨୦ ବର୍ଷୀୟା ଝିଅ ସୁକୁମାରୀ ବେଙ୍ଗାଲୁରୁଠାରେ ଏକ ଘରୋଇ କମ୍ପାନୀରେ ନିଯୁକ୍ତି ପାଇଛନ୍ତି। ଛୁଟିରେ ସେ ଫେରୁଥିବା ବେଳେ ଭୁଲ ବଶତଃ ଅନ୍ୟ ଏକ ଟ୍ରେନ୍‌ରେ ଚଢ଼ିଯାଇ ପହଞ୍ଚିଲେ ଉତ୍ତରପ୍ରଦେଶର ଲକ୍ଷ୍ନୌ ଷ୍ଟେଶନରେ।

ସେଠାରେ ଟ୍ରେନରୁ ଓହ୍ଲାଇ ଘରକୁ ଫୋନ୍‌ କରି ଘଟଣା ବାବଦରେ ଜଣାଇଥିଲେ। ହେଲେ ତା’ପର ଠାରୁ ଆଉ ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ମୋବାଇଲ ସୁଇଚ୍‌ ଅଫ୍‌ ଆସୁଛି। ବ୍ୟସ୍ତ ବିବ୍ରତ ଘର ଲୋକେ ଯେତେ ଯାହା ଚେଷ୍ଟା କରିଥିଲେ ହେଁ କୌଣସି କିଛି ଖୋଜଖବର ମିଳିନାହିଁ। ଶେଷରେ ଅନ୍ୟ ଉପାୟ ନ ପାଇ ବୁଧବାର ରାତି ୧୨ଟାରେ ବୈଶିଙ୍ଗା ପୋଲିସକୁ ଏତଲା ଦେଇଥିଲେ ମା’ ସୁଭଦ୍ରା। ତେବେ ପୋଲିସ ପକ୍ଷରୁ ସଙ୍ଗେସଙ୍ଗେ ନିଖୋଜ ଘଟଣା ବାବଦରେ ଉତ୍ତରପ୍ରଦେଶ ପୋଲିସକୁ ସୂଚନା ଦିଆଯାଇଥିବା ଥାନାଧିକାରୀ ବାରିଣୀ ଦାସଙ୍କ ସୂତ୍ରରୁ ପ୍ରକାଶ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking