27.9 C
Bhubaneswar
Saturday, April 11, 2026
Homeଓଡିଶାଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ

ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ

ଗଜପତି: ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ ଯୁବତୀ ଘରେ କେହି ନ ଥିବା ସମୟରେ ଘରର ଶିଡ଼ି ତଳେ ନିଜ ଉପରେ କେରୋସିନି ଢାଳି ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ଘରେ କେହି ଜଣେ ଚିତ୍କାର କରିବା ଶୁଣି ସାହି ପଡ଼ୋଶୀ ପାରଳାଖେମୁଣ୍ଡି ଥାନାକୁ ଖବର ଦେଇଥିଲେ। ଏହା ପରେ ପୋଲିସ ଆସି ଘର ଲୋକଙ୍କୁ ଖବର ଦେଇ ଘରେ ଦେଖିବା ସମୟରେ ଶିଡ଼ି ତଳେ କିରୋସିନିରେ ପୋଡି ହୋଇ ଶୁଭ୍ରଙ୍କ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ତେବେ ଏହାର ପଛରେ କେଉଁ କାରଣ ରହିଛି ବର୍ତ୍ତମାନ ପୋଲିସ ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking