19.1 C
Bhubaneswar
Saturday, December 27, 2025
Homeଓଡିଶାଯୁବତୀଙ୍କୁ ଅସଦାଚରଣ ଅଭିଯୋଗ, ୪ କୋର୍ଟଚାଲାଣ

ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ, ୪ କୋର୍ଟଚାଲାଣ

ରାଜନଗର: ରାଜନଗର ବ୍ଲକ ବ୍ରାହ୍ମଣସାହି ପଞ୍ଚାୟତର ୬ଜଣ ଯୁବତୀ ସମ୍ପର୍କୀୟ ଯୁବକଙ୍କ ସହ ଭିତରକନିକା ଜାତୀୟ ଉଦ୍ୟାନରୁ ବୁଲି ଫେରୁଥିଲେ। ହାତିନା ପଞ୍ଚାୟତ ଜୁଣପଙ୍ଗରା ଛକ ନିକଟବର୍ତ୍ତୀ ଭାଟସାହି ରାସ୍ତାରେ ୭ଜଣ ଯୁବକ ପହଞ୍ôଚ ସଂପୃକ୍ତ ଯୁବକଙ୍କୁ ମାଡ ମାରିବା ସହ ଯୁବତୀମାନଙ୍କୁ ଗାଳିଗୁଲଜ ଓ ଅସଦାଚରଣ କରିଥିବା ନେଇ ରାଜନଗର ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୁଲିସ ରାଜନଗର ଥାନାରେ ୪୪୧/୨୫ରେ ମାମଲା ରୁଜୁ କରିଥିଲା। ଏଥିରେ ସଂପୃକ୍ତ ଥିବା ୭ଜଣ ଯୁବକଙ୍କୁ ପୁଲିସ ଥାନାକୁ ଉଠାଇ ଆଣି ପଚରା ଉଚରା କରୁଥିଲା । ଶନିବାର ୪ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଅନ୍ୟ ୩ଜଣ ନାବାଳକ ଥିବାରୁ ସେମାନଙ୍କୁ ସୁଧାରଗୃହକୁ ପଠାଯିବ ବୋଲି ଆଇଆଇସି ନରେଶ କୁମାର ସାହୁ ସୂଚନା ଦେଇଛନ୍ତି। ଗିରଫ ହୋଇଥିବା ବଡନାଉକୋଣା ଗ୍ରାମର ବୁଦ୍ଧିରାମ ମଳିକଙ୍କ ପୁଅ ଯୁବକ ସୁବ୍ରତ ମଳିକ(୧୯), ସେହି ଗ୍ରାମର ମଙ୍ଗୁଳି ପଢିହାରୀଙ୍କ ପୁଅ ଟୁନୁ ପଢିହାରୀ(୨୧), ରାଜପୁର ପଞ୍ଚାୟତ ବଳଭଦ୍ରପ୍ରସାଦ(ନୂଆଗାଁ)ର ପ୍ରଭାତ ମାହୁଁନ୍ତଙ୍କ ପୁଅ ପାର୍ଥସାରଥି ମାହୁଁନ୍ତ(୧୯), ମହିଁଷାସୁର ପଞ୍ଚାୟତ କହ୍ନୁଆ ଗ୍ରାମର ହେମନ୍ତ ସ୍ୱାଇଁଙ୍କ ପୁଅ ହିମାଂଶୁ ସ୍ୱାଇଁ(୧୯)ଙ୍କୁ କୋର୍ଟଚାଲାଣ କରାଯାଇଛି। ସେମାନଙ୍କୁ ରାଜନଗର ଜେଏମଏଫସିଙ୍କ ନିକଟରେ ହାଜର କରାଯାଇଥିଲା। ସେମାନଙ୍କ ଜାମିନ୍ ନାମାଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking