20.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶନମୋ ଭାରତ ଟ୍ରେନରେ ଯୁବକ ଯୁବତୀଙ୍କ ଅଶ୍ଲିଳ ଆଚରଣ, ଭିଡିଓ ଭାଇରାଲ

ନମୋ ଭାରତ ଟ୍ରେନରେ ଯୁବକ ଯୁବତୀଙ୍କ ଅଶ୍ଲିଳ ଆଚରଣ, ଭିଡିଓ ଭାଇରାଲ

ମେରଟ: ଚଳନ୍ତା ଟ୍ରେନରେ ଅଶ୍ଲିଳ ଆଚରଣ । ମେରଟରୁ ଦିଲ୍ଲୀ ଯାଉଥିବା ସେମି ହାଇସ୍ପିଡ ନମୋ ଭାରତ ଟ୍ରେନରେ ଯୁବକ ଯୁବତୀଙ୍କ ଅଶ୍ଲିଳ କାର୍ଯ୍ୟ। ଟ୍ରେନରେ ଏପରି କରୁଥିବା ସମୟରେ ସିସିଟିଭିରେ କଏଦ ହେଲା ଭିଡିଓ । ଟ୍ରେନ ଭିତରେ ରେକର୍ଡ ହେଉଥିବା ଫୁଟେଜ କଣ୍ଟ୍ରେଲ ରୁମ୍‌ରୁ ଭାଇରାଲ ହେବା ପରେ ଘଟଣା ସାମ୍ନାକୁ ଆସିଛି । ଭିଡିଓଟି ଭାଇରାଲ କରିଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ଯାତ୍ରୀ ଟ୍ରେନର ବଗିର ସିଟ୍‌ରେ ବସିଛନ୍ତି, ସେମାନଙ୍କ ଠାରୁ କିଛି ଦୂରରେ ଦୁଇ ଯୁବକ ଯୁବତୀ ଅଶ୍ଲିଳ କାର୍ଯ୍ୟରେ ଲିପ୍ତ ରହିଛନ୍ତି । ଲାଗୁଛି ଯେମିତି ଉଭୟଙ୍କୁ କାହାର ଭୟ ନାହିଁ । ସର୍ବସାଧାରଣ ସ୍ଥାନରେ ଏପରି କାର୍ଯ୍ୟ ସମସ୍ତଙ୍କୁ ଚକିତ କରିଛି । ଇଟିଭି ଭାରତ ସହ କଥାବାର୍ତ୍ତା ସମୟରେ ନମୋ ଭାରତର ମୁଖ୍ୟ ଜନସମ୍ପର୍କ ଅଧିକାରୀ ପୁନିତ ଭାଟ୍ସ କହିଛନ୍ତି ଯେ ଏହି ଘଟଣା ଅତ୍ୟନ୍ତ ଲଜ୍ଜାଜନକ । ଯେଉଁ କର୍ମଚାରୀ ଭିଡିଓଟିକୁ ସେୟାର କରିଥିଲେ ତାଙ୍କୁ କଣ୍ଟ୍ରୋଲ ରୁମ୍‌ରୁ ବାହାର କରିଦିଆଯାଇଛି । ନମୋ ଭାରତ ଟ୍ରେନ ପରିଚାଳନା ଜଣେ ଠିକାଦାରଙ୍କ ଦ୍ବାରା ପରିଚାଳିତ । କିନ୍ତୁ ପ୍ରତିଦିନ ଏଠାରେ ମନିଟରିଂ କରାଯାଏ ଏବଂ ଆଗାମୀ ଦିନରେ ଏପରି କାର୍ଯ୍ୟ ଉପରେ ରୋକ ଲଗାଇବାକୁ ସତର୍କତା ଅବଲମ୍ବନ କରାଯିବ । ଯାତ୍ରା ସମୟରେ ନିୟମର ପାଳନ ଓ ମର୍ଯ୍ୟଦା ବଜାୟ ରଖିବାକୁ ସେ ଯାତ୍ରୀମାନଙ୍କୁ ନିବେଦନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking