32.1 C
Bhubaneswar
Sunday, March 22, 2026
Homeଅପରାଧବାଲେଶ୍ୱରରେ ଯୁବକଙ୍କୁ ଛୁରାମାଡ଼

ବାଲେଶ୍ୱରରେ ଯୁବକଙ୍କୁ ଛୁରାମାଡ଼

ବାଲେଶ୍ୱର : ଯୁବକଙ୍କୁ ଛୁରାମାଡ଼। ବାଲେଶ୍ୱର ଜିଲ୍ଲାରେ ଘଟିଛି ଏଭଳି ଘଟଣା। ଏହି ଛୁରା ମାଡ଼ ଯୋଗୁ ଯୁବକଜଣକ ଗୁରୁତର ହୋଇଥିବା ବେଳେ ଫେରାର ହୋଇଯାଇଛି ଦୁର୍ବୃତ୍ତ। ଗୁରୁତର ଯୁବକଜଣକ ହେଲେ ଶେଖ ସଲିମ । ଗତକାଲି ରାତିରେ ଶେଖ ସଲିମ ଟାଉନ ଥାନା ହେମକାପଦା ମଦ କାଉଣ୍ଟର ନିକଟରେ ଥିଲେ। ଉକ୍ତ ସମୟରେ ଅତର୍କିତ ଭାବେ ଜଣେ ଦୁର୍ବୃତ୍ତ ତାଙ୍କୁ ଛୁରା ମାଡ଼ କରିଥିଲେ । ଏହାପରେ ଦୁର୍ବୃତ୍ତଜଣକ ସେଠୁ ଫେରାର ହୋଇ ଯାଇଥିଲେ। ଶେଖ ସଲିମଙ୍କ ଚିତ୍କାର ଶୁଣି ତାଙ୍କୁ ପ୍ରଥମେ ବାଲେଶ୍ୱର ମେଡିକାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ତାଙ୍କ ପେଟରେ ଦୁଇଟି ଜାଗାରେ ଛୁରାମାଡ ହୋଇଛି। ଫଳରେ ଅବସ୍ଥା ସଙ୍କଟାପନ୍ନ ରହିଛି।ଏହି ଘଟଣାକୁ ନେଇ ବାଲେଶ୍ୱର ମେଡିକାଲରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ବାଲେଶ୍ୱର ଟାଉନ ଥାନା ପୁଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଛି। ତେବେ କିଏ ଓ କାହିଁକି ଏହି ଛୁରା ମାଡ଼ କରିଛି ତାହା ସ୍ପଷ୍ଟ ହୋଇନି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking