ମୟୁରଭଞ୍ଜ: ସାପ କାମୁଡିବା ପରେ ସାପକୁ ମାରି ସାଙ୍ଗରେ ଧରି ମେଡିକାଲରେ ପହଞ୍ଚିଲେ ଯୁବକ। ଉଦଳା ଥାନା ନାଗପାଳ ଗାଁରୁ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । ଅଜିତ କର୍ମକାର ନାମକ ଯୁବକଙ୍କୁ ବିଷାକ୍ତ ନାଗ ସାପ କାମୁଡିଥିଲା । ଏହା ଜାଣିବା ପରେ ଯୁବକ ଅଜିତ ସାପଟିକୁ କଚାଡି ମାରିଦେଇଥିଲେ । ପରେ ସାପଟିକୁ ଧରି ସେ ମେଡ଼ିକାଲରେ ପହଞ୍ଚିଥିଲେ । ଧୀରେ ଧିରେ ଯୁବକ ଜଣଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡିବା କାରଣରୁ ତାଙ୍କୁ ବାରିପଦା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।