26.1 C
Bhubaneswar
Wednesday, December 17, 2025
Homeଅପରାଧପରକୀୟା ପ୍ରେମ ସନ୍ଦେହରେ ଯୁବକଙ୍କୁ ମାରିଦେଲେ

ପରକୀୟା ପ୍ରେମ ସନ୍ଦେହରେ ଯୁବକଙ୍କୁ ମାରିଦେଲେ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ବରୱାଡ଼ା ଗାଁରେ ପରକୀୟା ପ୍ରେମ ସନ୍ଦେହରେ ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବକଙ୍କ ଉପରେ ହୋଇଥିବା ସଂଘବଦ୍ଧ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକ ମଇଦଲପୁର ଥାନା କେନ୍ଦୁଗୁଡ଼ା ଗ୍ରାମର ଉମାକାନ୍ତ ହରିଜନ। ଏହି ଘଟଣାରେ କୋଡ଼ିଙ୍ଗା ଥାନା ପୁଲିସ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଉମାକାନ୍ତ ଧାନ ଅମଳ କାମ ପାଇଁ ଥ୍ରେସର ମେସିନ୍ ନେଇ ଗତ ଶନିବାର ବରୱାଡ଼ା ଗ୍ରାମକୁ ଆସିଥିଲା। ସୋମବାର ରାତିରେ କୌଣସି କାମ ପାଇଁ ନିକଟସ୍ଥ ଜଣଙ୍କ ଘରକୁ ଯାଇଥିଲେ। ସେଠାରେ ତାଙ୍କୁ କିଛି ବ୍ୟକ୍ତି କାବୁ କରି ନିସ୍ତୁକ ମାଡ଼ ମାରିଥିଲେ। ଯାହାଫଳରେ ସେ ଗୁରୁତର ହୋଇପଡ଼ିଥିଲେ। ପାହାନ୍ତିଆ ସମୟରେ ପରିବାର ଲୋକେ ଖବର ପାଇ ତାଙ୍କୁ ଉଦ୍ଧାର କରି ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଣି ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏନେଇ କୋଡ଼ିଙ୍ଗା ଥାନାରେ ମୃତକଙ୍କ ଭାଇ ଚଇନୁ ହରିଜନ ଏତଲା ଦେଇଛନ୍ତି। କୋଡ଼ିଙ୍ଗା ପୁଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ପାପଡ଼ାହାଣ୍ଡି ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଅପରପକ୍ଷରେ ମୃତକଙ୍କ ପରିବାର ଓ ସମ୍ପର୍କୀୟ ପହଞ୍ଚି କ୍ଷତିପୂରଣ ଦାବି କରି ଡାକ୍ତରଖାନାରେ ହୋହଲ୍ଲା କରିଥିଲେ। ଏପରିକି ଶବ ବ୍ୟବଚ୍ଛେଦ ପାଇଁ ବି ରାଜି ହୋଇ ନଥିଲେ। କୋଡ଼ିଙ୍ଗା ଥାନା ଆଇଆଇସି ଯୁଗଳ ଶବର, ପାପଡ଼ାହାଣ୍ଡି ତହସିଲଦାର ତପନ ନାୟକ ଓ ପାପଡ଼ାହାଣ୍ଡି ଥାନା ଆଇଆଇସି ଦୀପକ କୁମାର ଜେନା ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ। ଶବ ବ୍ୟବଚ୍ଛେଦ ପାଇଁ ନବରଙ୍ଗପୁର ପଠାଯାଇଥିଲା। ଏନେଇ କୋଡ଼ିଙ୍ଗା ଆଇଆଇସି ଯୁଗଳ ଶବରଙ୍କୁ ପଚାରିବାରୁ କେସ୍ ନମ୍ବର-୪/୨୫ରେ ମାମଲା ରୁଜୁ ହୋଇଛି। ବରୱାଡ଼ା ଗ୍ରାମର ୫ ଜଣକୁ ପୁଲିସ ଅଟକ ରଖିଛି। ମୃତ ଉମାକାନ୍ତ ଏକ ମାସ ହେବ ଉକ୍ତ ଅଞ୍ଚଳରେ ଟ୍ରାକ୍ଟର ଓ ଥ୍ରେସର୍ ମେସିନ୍ ନେଇ ଧାନ ଅମଳ କରି ବ୍ୟବସାୟ କରୁଥିଲେ। ମୃତ୍ୟୁ ପରେ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। ଅସହାୟ ପରିବାରକୁ ସହାୟତା ପ୍ରଦାନ ଲାଗି ଗ୍ରାମବାସୀ ଦାବି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking