24.4 C
Bhubaneswar
Tuesday, April 7, 2026
Homeଓଡିଶାଡାଲା ଅଟୋରୁ ଡେଇଁ ଗୁରୁତର ଯୁବକଙ୍କ ମୃତ୍ୟୁ

ଡାଲା ଅଟୋରୁ ଡେଇଁ ଗୁରୁତର ଯୁବକଙ୍କ ମୃତ୍ୟୁ

ବୁଗୁଡା: ଚଳନ୍ତା ଡାଲା ଅଟୋରୁ ଡେଇଁ ଗୁରୁତର ହୋଇ ପଡିଥିବା ଜନୈକ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ମୃତକ ଜଣକ ହେଲେ ବୁଗୁଡା ଏନ୍‌ଏସି ଅନ୍ତର୍ଗତ ହରିଶରଣପୁର ଶାସନର ବିବାହିତ ଯୁବକ ବାବୁ ଗୌଡ । ପ୍ରକାଶ ଯେ, ଆଜି ସକାଳେ ଏଠାକାର ଗୋଲାବଞ୍ଜର ଗାଁ ନିକଟସ୍ଥ ବିଲରେ ଧାନ ତଳି ଘରା ଭାଙ୍ଗି ବାବୁ ଘରକୁ ଫେରିଥିଲା । ଘରୁ କିଛି ଟଙ୍କା ନେଇ ପ୍ରଚୁର ମଦ୍ୟପାନ କରି ପୁଣି ବିଲକୁ ଯାଉଥିବା ବେଳେ ବେତାରସିଂ ପଟକୁ ଯାଉଥିବା ଏକ ଡାଲା ଅଟୋକୁ ଅଟକାଇ ସେଥିରେ ଚଢିଥିଲା ।

କିଛି ସମୟ ପରେ ଗୋଲାବଞ୍ଜର ଗାଁ ଆସିଯିବାରୁ ସେ ଚଳନ୍ତା ଡାଲା ଅଟୋରୁ ଡେଇଁ ପଡିବାରୁ ମୁଣ୍ଡ ରାସ୍ତାରେ ବାଡାଇ ହୋଇଯାଇଥିଲା । ଫଳରେ ମୁଣ୍ଡ ଫାଟି ପ୍ରଚୁର ରକ୍ତସ୍ରାବ ହେବା ସହ ଅଚେତ ହୋଇଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ସେଠାରୁ ଉଦ୍ଧାର କରି ବୁଗୁଡା ମେଡିକାଲକୁ ଆଣିଥିଲେ । ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ବ୍ରହ୍ମପୁର ଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking