37.1 C
Bhubaneswar
Saturday, April 4, 2026
Homeଓଡିଶାଗଛ ଡାଳ ପଡି ଯୁବକ ମୃତ

ଗଛ ଡାଳ ପଡି ଯୁବକ ମୃତ

ମୟୁରଭଞ୍ଜ: କପ୍ତିପଦା ଥାନା କଟୁରିଆ ଗ୍ରାମରେ ଅଭାବନୀୟ ଘଟଣା । ଗଛ ଉପରେ ଚଢି ଡାଳ କାଟୁଥିବା ବେଳେ ଉପରେ ପଡିଲା ଆଉ ଏକ ଡାଳ । ଫଳରେ ଗଛ ସନ୍ଧିରେ ଚାପି ହୋଇ ୨୦ ଫୁଟ ଉପରେ ଏକ ଘଣ୍ଟା ଧରି ଝୁଲି ରହିଲେ ଯୁବକ । ଫଳରେ ଯୁବକଙ୍କର ମୃତ୍ୟୁ ହୋଇଛି । ଖବର ଅନୁସାରେ ଶାଣଦେଇ ଗ୍ରାମର କୁଅଁର ହାଁସଦା କଟୁରିଆ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ବାଡିରେ ଥିବା ଗଛ କାଟିବା ପାଇଁ ଗଛ ଉପରକୁ ଉଠିଥିଲେ । ଗଛର ଡାଳ କାଟିବା ପରେ ହଠାତ ଉକ୍ତ ଗଛ ଉପରେ ପଡି ରହିଥିବା ଅନ୍ୟ ଏକ ଡାଳ କଅଁରଙ୍କ ଉପରେ ଚାପି ହୋଇରହିଥଲା ।ପ୍ରାୟ ୨୦ ଫୁଟ ଉପରେ ସେ ଏହି ଝୁଲନ୍ତା ଅବସ୍ଥାରେ ରହିଥିବା ଦେଖି ଦମକଳ ବିଭାଗକୁ ଖବର ଦେଇଥିଲେ। କପ୍ତିପଦା ଦମକଳ ବିଭାଗ ଘଟଣା ସ୍ଥଳରେ ପହଞ୍ଚି କୁଅଁରଙ୍କୁ ଉଦ୍ଧାର କରିଥିଲେ । ପରେ ତାଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏହି ଘଟଣାରେ କପ୍ତିପଦା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking