28.1 C
Bhubaneswar
Monday, March 30, 2026
Homeଦେଶ ବିଦେଶନିଜକୁ ଗୁଳୁ କରି ଆତ୍ମହତ୍ୟା କଲା ଯୁବକ

ନିଜକୁ ଗୁଳୁ କରି ଆତ୍ମହତ୍ୟା କଲା ଯୁବକ

ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତର ମନ୍ତରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛି। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ। ସୂଚନାରୁ ପ୍ରକାଶ, ଆତ୍ମହତ୍ୟା କରିଥିବା ଯୁବକ ମଧ୍ୟପ୍ରଦେଶର ବାସିନ୍ଦା ଥିଲେ ଏବଂ ପ୍ରତିବାଦ କରିବାକୁ ଦିଲ୍ଲୀ ଆସିଥିଲେ। ରିପୋର୍ଟ ଅନୁଯାୟୀ, ଏହି ଘଟଣାଟି ଆଜି ସକାଳ ୯ଟା ସମୟରେ ଘଟିଛି । ଦିଲ୍ଲୀ ପୋଲିସ ଯୁବକଙ୍କୁ ପ୍ରତିବାଦ କରିବାକୁ ଅନୁମତି ଦେଇଥିଲା କିନ୍ତୁ ଅନୁମତି ମିଳିବ ପୂର୍ବରୁ ସେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ। ଘଟଣାର ଖବର ପାଇବା ମାତ୍ରେ ପୋଲିସ ଜନ୍ତର ମନ୍ତରରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଯୁବକ ଜଣକ କାହିଁକୁ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ସେନେଇ ଅଧିକ ତଦନ୍ତ କରୁଛି ପୋଲିସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking