ସୁନ୍ଦରଗଡ: ପଥରରେ ଛେଚି ଯୁବକଙ୍କୁ ହତ୍ୟା । ଏଭଳି ଚାଞ୍ଚଲ୍ୟକର ଘଟଣା ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଲାହାକୋଠି ଜାତୀୟ ରାଜପଥ ନଂ ୧୪୩ କଡରେ ଦୁର୍ଘଟଣା ଘଟିଛି । ଘଟଣାର ସୂଚନା ପାଇବାମାତ୍ରେ ପୁଲିସ ପହଞ୍ଚି ତଦନ୍ତ ଚଳାଇଛି । ମୃତ ଯୁବକଙ୍କ ପରିଚୟ ଏଯାଏଁ ମିଳିପାରିନାହିଁ । ଆଜି ସକାଳେ ପ୍ରାୟ ଭୋର ୫ଟା ସମୟରେ ଜାତୀୟ ରାଜପଥ କଡରେ ମୃତଦେହ ପଡିଥିବା ଦେଖି ବସ୍ତି ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।










