15.1 C
Bhubaneswar
Thursday, December 18, 2025
Homeଓଡିଶାଯୁବକଙ୍କୁ କାଠଫାଳିଆରେ ପିଟିପିଟି ମାରିଦେଲେ

ଯୁବକଙ୍କୁ କାଠଫାଳିଆରେ ପିଟିପିଟି ମାରିଦେଲେ

ପାଟଣା: କେନ୍ଦୁଝର ଜିଲା ପାଟଣା ଥାନା ଅଙ୍କୁରା ନାଏକ ସାହିର ଜଣେ ୨୮ବର୍ଷ ଯୁବକଙ୍କୁ କାଠଫାଳିଆରେ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଉଛନ୍ତି ଉକ୍ତ ଗାଁର ଭକ୍ତ ବନ୍ଧୁ ନାଏକଙ୍କ ପୁଅ ଗଙ୍ଗାଧର ନାଏକ। ଗଙ୍ଗାଧରଙ୍କ ମା’ ପାଳଙ୍ଗଙ୍କ ଅଭିଯୋଗ ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ଗଙ୍ଗାଧର ଅଙ୍କୁରାଝପା ସାହିର ଦୀନବନ୍ଧୁ ପାତ୍ରଙ୍କ ଘରକୁ ଯାଇଥିବା ବେଳେ ଦୀନବନ୍ଧୁଙ୍କ ସ୍ତ୍ରୀ, ପୁଅ-ବୋହୂ କୌଣସି କାରଣରୁ ତାଙ୍କୁ ବାନ୍ଧି ନିସ୍ତୁକ ପିଟିଥିଲେ। ଫଳରେ ଗଙ୍ଗାଧର ଗୁରୁତର ହୋଇ ଘରକୁ ଆସିଥିଲେ। ବୁଧବାର ରାତିରେ ଖାଇ ପିଇ ଶୋଇଥିଲେ। ଗୁରୁବାର ସକାଳୁ ଗଙ୍ଗାଧରଙ୍କୁ ତାଙ୍କ ମା’ ଉଠାଇବାକୁ ଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇ ଗଙ୍ଗାଧରଙ୍କ ବାପା ପାଟଣା ଥାନାରେ ଅଭିଯୋଗ କରିଥିଲେ। ଘଟଣାସ୍ଥଳରେ ପାଟଣା ଥାନା ଅଧିକାରୀ ମାନସ କୁମାର ମହାକୁଡ଼, ଏସ୍‌ଆଇ ଲକ୍ଷ୍ମଣ ମାଝୀ, ଏଏସ୍‌ଆଇ ସରୋଜ କୁମାର ସେଠୀ ପ୍ରମୁଖ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଦୀନବନ୍ଧୁ ଓ ତାଙ୍କ ସ୍ତ୍ରୀଙ୍କୁ ପୋଲିସ ଉଠାଇ ନେଇଥିବା ବେଳେ ତାଙ୍କ ପୁଅ ବୋହୂ ଫେରାର ରହିଛନ୍ତି। ପୋଲିସ କେନ୍ଦୁଝରରୁ ସାଇଣ୍ଟି ଫିକ୍‌ ଟିମ୍‌ ଡକାଇ ତଦନ୍ତ କରିବ ବୋଲି କହିଛି। ଘଟଗାଁ ଏସଡିପିଓ ବିଜୟକୃଷ୍ଣ ମହାପାତ୍ର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking