24.1 C
Bhubaneswar
Friday, December 26, 2025
Homeଅପରାଧଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଭୁବନେଶ୍ୱର: ଯୁବତୀଙ୍କୁ ଘରକୁ ନେଇ ଦୁଷ୍କର୍ମ କରିବା ଅଭିଯୋଗରେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପାହାଳ ଥାନା ପୁଲିସ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ କେନ୍ଦ୍ରପଡା ଜିଲ୍ଲା ଡ଼େରାବିସ ଥାନା ଅଞ୍ଚଳର ଜିତୁ ରଞ୍ଜନ ଦାସ(୩୫) । ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀ ଜଣଙ୍କ ଗତ କିଛିଦିନ ତଳେ ଇନଷ୍ଟାଗ୍ରାମ ଜରିଆରେ ଅଭିଯୁକ୍ତ ଜିତୁଙ୍କ ସହିତ ବନ୍ଧୁତା କରିଥିଲେ । ପରେ ଉଭୟ ଫୋନ ମାଧ୍ୟମରେ ପରସ୍ପର ସହିତ ଯୋଗାଯୋଗରେ ଥିଲେ । ଗତ ୧୫ ତାରିଖ ବିଳମ୍ବିତ ରାତିରେ ଯୁବତୀ ଜଣଙ୍କ ଡ୍ୟୁଟିରେ ଥିବା ବେଳେ ଅଭିଯୁକ୍ତ ଜଣକ ତାଙ୍କ ପାଖକୁ ଆସି ତାଙ୍କ ମୋବାଇଲ୍ ଫୋନକୁ ନେଇଯାଇଥିବା ବେଳେ, ସେହିଦିନ ୧୦ଟା ବେଳେ ପୁନର୍ବାର ତାଙ୍କ ପାଖକୁ ଯାଇ ଫୋନ୍ ଦେବା କହିି ସାଙ୍ଗରେ ତାଙ୍କ ଘରକୁ ଡାକିନେଇଥିଲେ । ଅଭିଯୋଗକାରିଣୀ ଯିବା ଲାଗି ରାଜି ନହେବାରୁ, ଜୋରଜବରଦସ୍ତ ତାଙ୍କୁ ଆଣିଥିବା କାରରେ ବସାଇ ପାହାଳ ଠାରେ ଥିବା ଭଡାଘରକୁ ନେଇଯାଇଥିଲେ ଏବଂ ସେଠାରେ ତାଙ୍କୁ ବେଡ ରୁମକୁ ନେଇ ତାଙ୍କ ଇଚ୍ଛା ବିରୋଧରେ ଦୁଷ୍କର୍ମ କରିଥିଲେ । ଏହି ଘଟଣାକୁ କେନ୍ଦ୍ର କରି ଅଭିଯୋଗକାରିଣୀଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲାର ତଦନ୍ତ କରିଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ତଦନ୍ତ ବେଳେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ୱୀକାର କରିଥିଲେ । ଅଭିଯୁକ୍ତଙ୍କ ନାମରେ ପୂର୍ବରୁ କଟକର ଦୁଇଟି ଥାନାରେ ଦୁଇଟି ମାମଲା ରହିଥିବା ତଦନ୍ତ ବେଳେ ଜଣା ପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking