20.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଟ୍ରେନ୍‌ରୁ ଯୁବତୀଙ୍କୁ ଠେଲି ବନ୍ଧା ହେଲା ଯୁବକ

ଟ୍ରେନ୍‌ରୁ ଯୁବତୀଙ୍କୁ ଠେଲି ବନ୍ଧା ହେଲା ଯୁବକ

କେରଳ: କେରଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ବିନା କାରଣରେ ଜଣେ ଯୁବତୀଙ୍କୁ ଚଳନ୍ତା ଟ୍ରେନ୍‌ରୁ ଧକ୍କା ଦେଇଥିବା ନେଇ ଜଣାପଡିଛି। ଏହା ପରେ ଅଭିଯୁକ୍ତ ଜଣକ ଅନ୍ୟ ଜଣେ ମହିଳଆଙ୍କୁ ମଧ୍ୟ ଠେଲିବା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ମହିଳା ଜଣକ ଖସି ପଳାଇବାରେ ସଫଳ ହୋଇଥିଲେ। ଏହି ଘଟଣାରେ ପୋଲିସ ଅଭିଯୁକ୍ତ ଯୁବକ ଜଣକୁ ଗିରଫ କରିଛି। ଟେନ୍‌କୁ ଅଟକାଇ ଯୁବତୀ ଜଣକୁ ଉଦ୍ଧାର କରାଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ କହିଛି ଯେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଘଟଣା ସମୟରେ ଅଭିଯୁକ୍ତ ଯୁବକ ଜଣକ ମଧ୍ୟପାନ କରିଥିଲେ। ଘଟଣାଟି ଭାର୍କଲା ଏବଂ କଡକ୍କାଭୁର ରେଳ ଷ୍ଟେସନ ମଧ୍ୟରେ ଘଟିଛି।

ଦକ୍ଷିଣ ରେଳବାଇର ପିଆରଓ କହିଛନ୍ତି, “ନଭେମ୍ବର ୨ ତାରିଖ ରାତି ପ୍ରାୟ ୮:୪୦ ସମୟରେ, ଜଣେ ପୁରୁଷ ଯାତ୍ରୀ, ସୁରେଶ କୁମାର (୪୮), ଜଣେ ମହିଳା ଯାତ୍ରୀ, ଶ୍ରୀକୁଟ୍ଟି (୧୯)ଙ୍କୁ ଟ୍ରେନରୁ ଠେଲି ଦେଇଥିଲେ। ଦୁହେଁ ଟ୍ରେନ ନମ୍ବର ୧୨୬୨୬ କେରଳ ଏକ୍ସପ୍ରେସ (ଏନଡିଏଲଏସ-ଟିଭିସି)ର ପଛ ଜେନେରାଲ କୋଚରେ ଯାତ୍ରା କରୁଥିଲେ। ଏହି ଘଟଣାଟି ଭାର୍କଲା ଏବଂ କଡକ୍କାଭୁର ରେଳ ଷ୍ଟେସନ ମଧ୍ୟରେ ଘଟିଥିଲା। ଅଭିଯୁକ୍ତଙ୍କୁ ତ୍ରିଭେନ୍ଦ୍ରମ ଉତ୍ତର (ଟିଭିସିଏନ୍) ରେ ଓହ୍ଲାଇ ଦିଆଯାଇଥିଲା ଏବଂ ରେଳ ସୁରକ୍ଷା ବଳ (ଆରପିଏଫ) ଦ୍ୱାରା ହେପାଜତକୁ ନିଆଯାଇଥିଲା। ଭାର୍କଲାର ସ୍ଥାନୀୟ ପୋଲିସକୁ ମଧ୍ୟ ସୂଚନା ଦିଆଯାଇଥିଲା। ପୀଡିତାଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲା। ତାଙ୍କୁ ଅନ୍ୟ ଏକ ଟ୍ରେନ, ୬୬୩୦୫ କୋଲ୍ଲମ ମେମୁ ଦ୍ୱାରା ଭାର୍କଲା ରେଳ ଷ୍ଟେସନକୁ ଅଣାଯାଇଥିଲା। ପରେ, ରେଳବାଇ ଦ୍ୱାରା ବ୍ୟବସ୍ଥା କରାଯାଇଥିବା ଏକ ଆମ୍ବୁଲାନ୍ସ ଦ୍ୱାରା ପୀଡିତାଙ୍କୁ ଭାର୍କଲାର ମିଶନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।”

ପିଆରଓ କହିଛନ୍ତି, “ଟ୍ରେନରେ ଥିବା ଅନ୍ୟ ଯାତ୍ରୀମାନେ ଆଲାର୍ମ ଚେନ୍ ଟାଣି ଅଭିଯୁକ୍ତକୁ ଅଟକ ରଖିଥିଲେ। ଏହା ପରେ ଟ୍ରେନକୁ ତ୍ରିଭେନ୍ଦ୍ରମ ଉତ୍ତର ଷ୍ଟେସନରେ ଅଟକାଇ ଦିଆଯାଇଥିଲା, ଯେଉଁଠାରେ ଆରପିଏଫ ଅଭିଯୁକ୍ତକୁ ହେପାଜତକୁ ନେଇଥିଲା। ପୋଲିସ ବର୍ତ୍ତମାନ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏହା ବ୍ୟତୀତ, ଆରପିଏଫ ତିରୁବନନ୍ତପୁରମ ଡିଭିଜନର ସହାୟକ ସୁରକ୍ଷା କମିଶନର ଏବଂ ଡିଭିଜନାଲ ରେଳବାଇ ହସ୍ପିଟାଲର ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧୀକ୍ଷକ ବର୍ତ୍ତମାନ ପୀଡିତାଙ୍କ ଚିକିତ୍ସା ଚାଲିଥିବା ହସ୍ପିଟାଲରେ ରହିଛନ୍ତି।”

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking