33.1 C
Bhubaneswar
Sunday, July 7, 2024
Homeଅପରାଧକାର୍‌ରେ ମହିଳାଙ୍କ ସହ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ....

କାର୍‌ରେ ମହିଳାଙ୍କ ସହ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ….

ହାଇଦ୍ରାବାଦ: ଏକ ରିଏଲ୍ ଇଷ୍ଟେଟ୍ ଫାର୍ମରେ କାର୍ଯ୍ୟରତ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି । ହାଇଦ୍ରାବାଦରେ ତାଙ୍କ ଜଣେ ସହକର୍ମୀ ତାଙ୍କୁ ଥଣ୍ଡା ପାନୀୟରେ ନିଶା ମିଶାଇ ପିଇବାକୁ ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାର ତଦନ୍ତ କରାଯିବା ପରେ ଅଭିଯୁକ୍ତ ଜନାର୍ଦ୍ଦନ ଏବଂ ସାଙ୍ଗା ରେଡ୍ଡୀଙ୍କୁ ଗିରଫ କରି ଜେଲକୁ ପଠାଯାଇଛି । ମହିଳା ଜଣକ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ସେ ରବିବାର ଦିନ ମିଆପୁରକୁ ଜଣେ ବିକ୍ରେତା ଭାବରେ କାମ କରିବାକୁ ଯାଇଥିଲେ । ସେଠାରେ ସେ ଦୁଇଜଣଙ୍କୁ ଭେଟିଥିଲେ । ଜଣେ ତାଙ୍କୁ ହଷ୍ଟେଲରୁ ଉଠାଇ ୟାଦାଗିରିଗୁଟ୍ଟାର ଏକ ସାଇଟକୁ ଯାଇଥିଲେ । ରାତିରେ ଫେରିବା ବେଳେ ସେମାନେ ଏକ ନିର୍ମାଣାଧୀନ କୋଠାରେ ଅଟକି ଯାଇଥିଲେ । କାରଟି ଭାଙ୍ଗି ଯାଇଛି ବୋଲି ସେମାନେ ତାଙ୍କୁ କହିକି ଉକ୍ତ କୋଠାରେ ଅଟକାଇଥିଲେ ।

ଏହା ପରେ ଦୁଇଜଣ ତାଙ୍କୁ ଖାଦ୍ୟ ପ୍ରଦାନ କରିଥିଲେ, କିନ୍ତୁ ସେ ମନା କରିଦେଇଥିଲେ । କିନ୍ତୁ ଶେଷରେ ସେମାନେ ତାଙ୍କୁ ଥଣ୍ଡା ପାନୀୟ ପିିଇବାକୁ ଦେଲେ । ଏହି ପାନୀୟରେ କିଛି ମିଶ୍ରଣ ହୋଇଥିବା ସନ୍ଦେହ କରାଯାଉଛି । ସେମାନେ ତାଙ୍କୁ ଏକ ମିଠା ମଧ୍ୟ ଦେଇଥିଲେ । ଯାହାପରେ ମହିଳାଙ୍କ ମୁଣ୍ଡ ବୁଲାଇବା ଆରମ୍ଭ ହୋଇ ଯାଇଥିଲା । ଏହି ଘଟଣାର ସୁଯୋଗ ନେଇ ପୁରୁଷମାନେ ତାଙ୍କୁ କାରରେ ନେଇ ସକାଳ ପର୍ଯ୍ୟନ୍ତ ଯୌନ ନିର୍ଯାତନା ଦେଇଥିବା ମହିଳା ଅଭିଯୋଗ କରିଛନ୍ତି । ଯୌନ ନିର୍ଯାତନା ସହିତ ତାଙ୍କୁ ମଧ୍ୟ ମାଡ ଦିଆଯିଇଥିବାରୁ ଶରୀରରେ ଯନ୍ତ୍ରଣା ହେବାର ସେ ଦାବି କରିଛନ୍ତି । ଏହା ପରେ ପୁରୁଷମାନେ ତାଙ୍କୁ ମିଆପୁରର ଏକ ହଷ୍ଟେଲରେ ଛାଡି ପଳାଇ ଯାଇଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି । ଦୁଷ୍କର୍ମ ଏବଂ ଅନ୍ୟାନ୍ୟ ଅଭିଯୋଗରେ ପୁଲିସ ଏକ ମାମଲା ଦାୟର କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking