26.1 C
Bhubaneswar
Wednesday, February 11, 2026
Homeଅପରାଧପାର୍ସଲରୁ ଯାହା ବାହାରିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ...

ପାର୍ସଲରୁ ଯାହା ବାହାରିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ଘଟିଛି ଅଭାବନୀୟ ଘଟଣା । ଅନଲାଇନରେ ଅର୍ଡର କରାଯାଇ ଥିବା ପାର୍ସଲରୁ ବାହାରିଲା ସାପ । ଯାହାକୁ ନେଇ ଯେକେହି ବି ଭୟଭୀତ ହୋଇପଡ଼ିବେ। ସୂଚନା ଅନୁଯାୟୀ, ବେଙ୍ଗାଲୁରୁରେ ଜଣେ ମହିଳା ତାନଭୀ ଅନଲାଇନ ଶପିଂ ସାଇଟ୍‌‌ ଆମାଜନରୁ ଏକ ଏକ୍ସବକ୍ସ କଣ୍ଟ୍ରୋଲର (ଅନଲାଇନ ଗେମିଂ ଉତ୍ପାଦ) ଅର୍ଡର କରିଥିଲେ। ୨/୩ ଦିନ ପରେ ତାଙ୍କ ଘରେ ଡେଲିଭରି ବଏ ପାର୍ସଲ ଦେଇଥିଲେ। ପାର୍ସଲଟି ପାଇବା ପରେ ମହିଳା ଜଣକ ବେଶ୍‌‌ ଖୁସି ହୋଇଥିଲେ। କିନ୍ତୁ ତାହାକୁ ଯେତେବେଳେ ଖୋଲିଲେ ତାଙ୍କ ଖୁସି ଭୟରେ ବଦଳି ଯାଇଥିଲା। କାରଣ ପାର୍ସଲ ଖୋଲୁ ଖୋଲୁ ସେଥିରୁ ବାହାରିଥିଲା ଏକ ନାଗ ସାପ। ଯାହାକୁ ଦେଖି ମହିଳା ଜଣକ ଭୟଭୀତ ହୋଇପଡ଼ିଥିଲେ। ତେବେ ସାପଟି ପାର୍ସଲ ପେଟିରେ ଲଗାଯାଇଥିବା ଅଠାରେ ଲାଗି ରହିଥିବାରୁ ମହିଳାଙ୍କର କିଛି କ୍ଷତି କରିପାରି ନ ଥିଲା। ମହିଳା ଜଣକ ଏହାର ଭିଡିଓକୁ ସାମାଜିକ ଗଣମାଧ୍ୟମରେ ଶେୟାର କରିବା ପରେ ଅନେକ ଲୋକ ନାନା ମନ୍ତବ୍ୟ ଦେଇଛନ୍ତି। କେହି କହିଛନ୍ତି ଆମାଜନ ତା’ ନାଁ ଅନୁସାରେ ଜଙ୍ଗଲରୁ ସାପ ଧରି ମହିଳାଙ୍କୁ ପଠାଇଛି। ଅନ୍ୟ କିଛି ଲୋକ କମ୍ପାନୀର ଏଭଳି ଅଣସମ୍ବେଦନଶୀଳତାକୁ କଡ଼ା ନିନ୍ଦା କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking