26.1 C
Bhubaneswar
Friday, July 5, 2024
Homeଦେଶ ବିଦେଶଝିଅ ସହ ବାପ ଯାହା କଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ....

ଝିଅ ସହ ବାପ ଯାହା କଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ….

ଭୁବନେଶ୍ୱର: ରାଜଧାନୀର ମୈତ୍ରୀ ବିହାର ଥାନାରେ ବୀଭତ୍ସ କାରନାମା । ନିଜର ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିଲା ବାପା। କୋର୍ଟ ଚାଲାଣ ପୂର୍ବରୁ ହାଜତରେ ଗୁପ୍ତାଙ୍ଗ କାଟି ଆତ୍ମହତ୍ୟା ଉଦ୍ୟମ କରିଛି ଅଭିଯୁକ୍ତ । ଅପମାନ ସହି ନପାରି ଥାନାରେ ଏପରି କାରନାମା ପରେ ଅଭିଯୁକ୍ତ ବାପାକୁ କ୍ୟାପିଟାଲ ହସ୍ପିଟାଲ ପରେ କଟକ ଏସସିବି ମେଡିକାଲକୁ ସ୍ତାନାନ୍ତର କରିଛି ପୋଲିସ । କମିଶନରେଟ ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଗତ ସୋମବାର ଦିନ ଭୁବନେଶ୍ୱରର ମୈତ୍ରୀ ବିହାର ଥାନାରେ ସାଲିଆସାହିର ଜଣେ ମହିଳା ଅଭିଯୋଗ କରିଥିଲେ ଯେ, ତାଙ୍କ ସ୍ୱାମୀ ତାଙ୍କ ୧୪ ବର୍ଷର ନାବାଳିକା ଝିଅକୁ ଦୁଷ୍କର୍ମ ଉଦ୍ୟମ କରିଛନ୍ତି । ଗତ ୨୭ ରାତିରେ ଘରେ ଶୋଇଥିବା ବେଳେ ଅଭିଯୁକ୍ତ ବାପା ନିଜ ନାବାଳିକାଙ୍କ ଝିଅକୁ ଦୁଷ୍କର୍ମ ଉଦ୍ୟମ କରିଥିଲା ।

ଏନେଇ ଲଜ୍ଜା ଓ ଅପମାନରେ ଏକଥା କାହା ଆଗରେ କହିନଥିଲା ଝିଅ । କିନ୍ତୁ ପରଦିନ ବାପା ଘରେ ନଥିବା ବେଳେ ଝିଅ ସବୁ କଥା ତା ମାଆ ଆଗରେ କହିଥିଲେ । ସେପଟେ ଝିଅର ମାଆ ମୈତ୍ରୀ ବିହାର ଥାନାରେ ଅଭିଯୋଗ କରିଥିଲେ । ଯାହାକୁ ନେଇ ଅଭିଯୁକ୍ତ ବାପାକୁ ଗିରଫ କରିଥିଲା ମୈତ୍ରୀ ବିହାର ଥାନା ପୋଲିସ । ତେବେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାରେ ଅଭିଯୁକ୍ତ ବାପାକୁ ଗିରଫ କରି କୋର୍ଟଚାଲାଣ ପାଇଁ କାଗଜ ପତ୍ର ପ୍ରସ୍ତୁତ କରିଥିଲା ପୋଲିସ । ପରେ ବାଦଲର ଡାକ୍ତରୀ ଯାଞ୍ଚ ପରେ ତାକୁ ଥାନା ହାଜତରେ ଖାଯାଇଥିଲା । ଆଜି ଅପରାହ୍ନରେ ବାଦଲ ଶୌଚାଳୟ ଯାଇଥିବା ବେଳେ ବହୁ ସମୟ ଧରି କବାଟ ଖୋଲି ନଥିଲା । ସନ୍ଦେହ ହେବାରୁ ଶୌଚାଳୟର କବାଟ ଭାଙ୍ଗିଥିଲା ପୋଲିସ । ସେଠାରେ ଅଭିଯୁକ୍ତ ଗୁପ୍ତାଙ୍ଗକୁ କାଟି ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ରକ୍ତାକ୍ତ ଅବସ୍ଥାରେ ପଡିଥିବାର ଦେଖିଥିଲା ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking