13.1 C
Bhubaneswar
Thursday, December 11, 2025
Homeଦେଶ ବିଦେଶକୋଲକାତାର ପଞ୍ଚତାରକା ହୋଟେଲରେ ମହିଳାଙ୍କ ସହ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ....

କୋଲକାତାର ପଞ୍ଚତାରକା ହୋଟେଲରେ ମହିଳାଙ୍କ ସହ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ….

କୋଲକାତା : କୋଲକାତାର ଏକ ଜଣାଶୁଣା ପଞ୍ଚତାରକା ହୋଟେଲରେ ଜଣେ ମହିଳାଙ୍କ ସହ ଅଭଦ୍ର ଆଚରଣ କରାଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ଜଣେ ଦିଲ୍ଲୀର ବାସିନ୍ଦା । ଏ ନେଇ ମହିଳାଙ୍କ ଅଭିଯୋଗ ଅନୁସାରେ, ଏହି ଘଟଣା ମଙ୍ଗଳବାର ରାତି ପ୍ରାୟ ୧୧ଟା ୫୦ ମିନିଟ୍‌ରେ ଘଟିଛି । ଅଭିଯୁକ୍ତମାନେ ମହିଳା ଓ ତାଙ୍କ ଭଉଣୀଙ୍କୁ ଅସଦାଚରଣ କରିବା ସହ ଭୟଙ୍କର ପରିଣାମ ଭୋଗିବାକୁ ମଧ୍ୟ ଧମକ ଦେଇଛନ୍ତି ।

ଗିରଫ ଅଭିଯୁକ୍ତଦ୍ୱୟ ହେଲେ, ଦିଲ୍ଲୀ ପିତମ୍‌ପୁରା ଅଞ୍ଚଳର ୬୦ ବର୍ଷୀୟ ଅରୁଣ କୁମାର ଏବଂ କୋଲକାତା ନିବାସୀ ୪୩ ବର୍ଷୀୟ ରିଙ୍କୁ ଗୁପ୍ତା । ପୋଲିସ ସୂଚନା ମୁତବକ, ଅରୁଣ କୁମାର ଏକ ପଞ୍ଚତାରକା ହୋଟେଲରେ ରହୁଥିଲେ । ଏଠାରେ ତାଙ୍କୁ ଭେଟିବା ପାଇଁ ସେ ତାଙ୍କ ଚିହ୍ନା ପରିଚିତ ରିଙ୍କୁ ଗୁପ୍ତାଙ୍କୁ ଡାକିଥିଲେ । ଏହାପରେ ଦୁହେଁ ପାର୍ଟି କରିବାକୁ ଯାଇଥିଲେ । ସେଠାରେ ମହିଳାଙ୍କ ସହ ଏହି ଅସଦାଚରଣ ଘଟଣା ଘଟିଥିଲା । ମହିଳା ଜଣକ ଘଟଣା ସମ୍ପର୍କରେ ପୋଲିସରେ ଅଭିଯୋଗ କରିଥିଲେ । ଅଭିଯୁକ୍ତମାନେ ତାଙ୍କୁ ଏବଂ ତାଙ୍କ ଭଉଣୀଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ମଧ୍ୟ ଧମକ ଦେଇଥିବା ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ସୂଚନାଯୋଗ୍ୟ ଯେ ପଶ୍ଚିମବଙ୍ଗ ବିଧାନସଭାରେ ଯେବେ ଆଣ୍ଟି-ରେପ୍ ବିଲ୍‌କୁ ଅନୁମୋଦନ କରାଯାଇଥିଲା, ସେହି ଦିନ ଏହି ଘଟଣା ସାମ୍ନାକୁ ଆସିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking