27.1 C
Bhubaneswar
Tuesday, September 24, 2024
Homeଅପରାଧସ୍କୁଲରୁ ଫେରୁଥିବା ବଳେ ଛାତ୍ରୀଙ୍କ ସହ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ..

ସ୍କୁଲରୁ ଫେରୁଥିବା ବଳେ ଛାତ୍ରୀଙ୍କ ସହ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ..

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଗଣଦୁଷ୍କର୍ମ ନେଇ ଖବର ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ରୁଜୁ କରି ଛାନଭିନ ଚଳାଇଛି । ମିଳିଥିବା ସୂଚନା ଅନୁସାରେ, ସ୍କୁଲରୁ ଫେରୁଥିବା ବେଳେ ଜଣେ ୧୪ ବର୍ଷୀୟା ଛାତ୍ରୀଙ୍କୁ ଦାନିସ ଏବଂ ଆମୀନ ନାମକ ଦୁଇ ଯୁବକ ଏକ କାରରେ ଜୋର ଜବରଦସ୍ତି ଉଠାଇ ନେଇଥିଲେ । ଲକ୍ଷ୍ନୌର କ୍ରିଷ୍ଣା ନଗରରେ ଥିବା ଏକ ହୋଟେଲକୁ ନେଇ ଛାତ୍ରୀଙ୍କୁ ସେମାନେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ଅଭିଯୁକ୍ତମାନେ ପୀଡ଼ିତାଙ୍କ ନଗ୍ନ ଫଟୋ ଏବଂ ଭିଡିଓ ଉତ୍ତୋଳନ କରିଥିଲେ । ଏନେଇ କାହାକୁ କହିଲେ ଫଟୋ ଓ ଭିଡିଓ ଭାଇରାଲ୍ କରିଦେବେ ବୋଲି ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଧମକ ଦେଇଥିଲେ । ଏହା ପରେ ପୀଡ଼ିତାଙ୍କୁ ସେହି କାରରେ ଆଣି ତାଙ୍କ ଘର ପାଖରେ ଫିଙ୍ଗି ଦେଇ ଫେରାର ହୋଇଯାଇଥିଲେ ଅଭିଯୁକ୍ତ । ପୀଡ଼ିତାଜଣଙ୍କ ଘରେ ପହଞ୍ଚି ଘଟଣା ସଂପର୍କରେ ତାଙ୍କ ବାପାଙ୍କୁ କହିଥିଲେ । ପରେ ପୀଡ଼ିତାଙ୍କ ବାପା ସରୋଜିନୀ ନଗର ଥାନରେ ଲିଖିତ ଅଭିଯୋଗ କରିଥିଲେ ।

ସେପଟେ ଅଭିଯୋଗ ପାଇବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଦକ୍ଷିଣ ଲକ୍ଷ୍ନୌର ଡିସିପି କେଶବ କୁମାରଙ୍କ ଅନୁସାରେ, ପୀଡ଼ିତାଙ୍କ ବାପାଙ୍କ ପାଖରୁ ଅଭିଯୋଗ ପାଇବା ପରେ ପୋଲିସ ମାମଲାର ଛାନଭିନ ଚଳାଇଛି । ଅଭିଯୋଗ ଆଧାରରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ହୋଟେଲର ସିସିଟିଭି ଫୁଟେଜ୍ ପୋଲିସ ସଂଗ୍ରହ କରିଥିବା ବେଳେ ମାମଲାରେ ପରବର୍ତ୍ତୀ ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking