ପ୍ରୟାଗରାଜ: ଉତ୍ତରପ୍ରଦେଶର ବଦାୟୁଁରେ ଜଣେ ୧୨ ବର୍ଷର ଝିଅ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଜିଲ୍ଲାର ସହସବାନ ଅଞ୍ଚଳର ଏକ ଗ୍ରାମର ବିଲରେ ୨୫ ବର୍ଷୀୟା ଜଣେ ଯୁବକ ଜଣେ ୧୨ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ତେବେ ଏହି ଘଟଣା ଘଟିବା ବେଳେ ନାବାଳିକାର ଚିତ୍କାର ଶୁଣି ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେତେବେଳକୁ ଅଭିଯୁକ୍ତ ସେହି ସ୍ଥାନ ଛାଡ଼ି କେଉଁଆଡ଼େ ପଳାଇ ଯାଇଥିଲା । ପୋଲିସ ଏହି ଘଟଣାର ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ପୋଲିସ କହିବା ଅନୁଯାୟୀ, ଏହି ଘଟଣା ରବିବାର ସନ୍ଧ୍ୟାରେ ଘଟିଛି । ଯେଉଁ ସମୟରେ ନାବାଳିକା ଜଣକ ଶୌଚ ପାଇଁ ବିଲକୁ ଯାଇଥିଲା । ସେହି ସମୟରେ ଗ୍ରାମର ଅଭିଯୁକ୍ତ ସେଠାରେ ପହଞ୍ଚିଥିଲା । ସେଠାରେ ପହଞ୍ଚି ଜବରଦସ୍ତ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।ତେବେ ନାବାଳିକା ଜଣକ ଚିତ୍କାର କରିବା ପରେ ଗ୍ରାମବାସୀମାନେ ତାକୁ ବଞ୍ଚାଇବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ । ତା’ପରେ ଉକ୍ତ ନାବାଳିକାଙ୍କୁ ହସ୍ପିଟାଲ୍ ନେଇ ଯାଇଥିଲେ । ହସ୍ପିଟାଲ୍ରେ ତାଙ୍କର ଚିକିତ୍ସା ଚାଲିଛି । ପରିବାର ଲୋକଙ୍କ ଅଭିଯୋଗ ପରେ ଅଭିଯୁକ୍ତ ଯୁବକ ନାମରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ପୀଡ଼ିତାଙ୍କ ଅବସ୍ଥା ଗମ୍ଭୀର ଥିବା ବେଳେ ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯିବାକୁ ଦାବି ହେଉଛି ।