ହାଇଦ୍ରାବାଦ : ତେଲେଙ୍ଗାନାରେ ଏକ ଲୋମ ହର୍ଷଣକାରୀ ଘଟଣା ଘଟିଯାଇଛି । ଏକ ଚଳନ୍ତା ଟ୍ରେନର ଶୌଚାଳୟରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଛି । ଏନେଇ ସୂଚନା ଦେଇଛନ୍ତି ରେଳବାଇ ପୋଲିସ । ଝାରସୁଗୁଡାରୁ ସିକନ୍ଦରାବାଦ ଯାତ୍ରା ସମୟରେ ଜଣେ ନାବାଳିକାଙ୍କୁ ରକ୍ସୁଆଲ-ସିକନ୍ଦରାବାଦ ଏକ୍ସପ୍ରେସରେ କରାଯାଇଛି ଦୁଷ୍କର୍ମ ।
ଏପ୍ରିଲ ୩ ତାରିଖ ସକାଳ ସମୟରେ ଘଟଣାଟି ଘଟିଛି । ଯେଉଁଠାରେ ଜଣେ ୨୦ ବର୍ଷର ଯୁବକ ଟ୍ରେନର ଶୌଚାଳୟରେ ନାବାଳିକାଙ୍କୁ ଦୁଷ୍କର୍ମ କରିଛି । ସେହି ସମୟରେ ପୀଡିତା ଜଣକ ନିଜ ପରିବାର ଲୋକଙ୍କ ସହ ଯାତ୍ରା କରୁଥିଲେ । ଯେତେବେଳେ ନାବାଳିକା ଜଣକ ଶୈାଚାଳୟକୁ ଯାଉଥିଲେ ଯୁବକ ଜଣଙ୍କ ପଛେ ପଛେ ତାଙ୍କୁ ଅନୁସରଣ କରିଥିଲା । ଏହାପରେ ଶୌଚାଲୟ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା । ଏନେଇ ସିକନ୍ଦରାବାଦ ରେଳବାଇ ପୋଲିସ ଷ୍ଟେସନରେ ଏକ ମାମଲା ରୁଜ୍ଜୁ କରିଛି । ଆରପିଏସ ସିକନ୍ଦରାବାଦର ବିବୃତି ଅନୁଯାୟୀ, ଅଭିଯୁକ୍ତ ଜଣକ ତାଙ୍କ ମୋବାଇଲ ଫୋନରେ ଦୁଷ୍କର୍ମକୁ ରେକର୍ଡ କରିଥିବା ଜଣାପଡ଼ିଛି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ଏବଂ ରେଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି ।