27.1 C
Bhubaneswar
Tuesday, September 24, 2024
Homeଦେଶ ବିଦେଶଯୋଗୀ ସରକାରଙ୍କ ନୂଆ ନିର୍ଦେଶ

ଯୋଗୀ ସରକାରଙ୍କ ନୂଆ ନିର୍ଦେଶ

ନୂଆଦିଲ୍ଲୀ: ଖାଦ୍ୟ ଜିନିଷରେ ପରିସ୍ରା ଏବଂ ଛେପ ଲଗା ଘଟଣା ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଡ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏହା ସହ ସେ ଏଭଳି କାମ କରୁଥିବା ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଛନ୍ତି । ଯୋଗୀ କହିଛନ୍ତି, ରାଜ୍ୟରେ ପ୍ରତ୍ୟେକ ଢାବା ଓ ରେଷ୍ଟୁରାଣ୍ଟରେ ମାଲିକ ଓ ସଞ୍ଚାଳକଙ୍କ ନାଁ ଲେଖାଯାଉ । କର୍ମଚାରୀ ମାସ୍କ ଲଗାନ୍ତୁ ଓ ସିସିଟିଭି ବି ଲଗାଯାଉ । ଅଧିକାରୀଙ୍କୁ ଏହା ଉପରେ ନଜର ରଖିବାକୁ ଯୋଗୀ ଦେଇଛନ୍ତି ନିର୍ଦେଶ । ଦେଶର ବିଭିନ୍ନ କ୍ଷେତ୍ରରେ ଘଟୁଥିବା ଏଭଳି ଘଟଣା ବିଷୟରେ ଜାଣିବା ନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଥିଲେ ।

ରାଜ୍ୟର ସବୁ ହୋଟେଲ/ଢାବା/ରେଷ୍ଟୁରାଣ୍ଟ ଆଦି ପ୍ରତିଷ୍ଠାନର ଯାଞ୍ଚ କରିବା ନେଇ ଅଭିଯାନ ଚଳାଇବାକୁ ନିର୍ଦେଶ ଦୋଇଛନ୍ତି । ଏହା ସହ ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ସୁନିଶ୍ଚିତ କରିବା ନିୟମରେ ଆବଶ୍ୟକତା ଅନୁସାରେ, ସଂଶୋଓନ ପାଇଁ ମଧ୍ୟ ନିର୍ଦେଶ ଦେଇଛନ୍ତି । ଏହା ସହ ସାଧାରଣତ ଜନତାଙ୍କ ସୁରକ୍ଷା ସୁନିଶ୍ଚିତ କରି ନିୟମର ଆବଶ୍ୟକତା ଅନୁସାରେ, ସଂଶୋଧନ ନିର୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, ଦେଶର ବିଭିନ୍ନ ସ୍ଥାନରେ ଜୁନ୍‌, ଡାଲି ଓ ରୁଟି ଭଳି ଖାଦ୍ୟପେୟ ଜିନିଷରେ ଏଭଳି ଅପରିଷ୍କାର ଜିନିଷ ମିଶାଇ ଦେଉଛନ୍ତି । ଏଭଳି ଘଟଣା ବୀଭତ୍ସ ଓ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇବ । ଏପରି କୁତ୍ସିତ ଚେଷ୍ଟାକୁ କେବେ ବି ଗ୍ରହଣ କରାଯିବନି । ଉତ୍ତର ପ୍ରଦେଶରେ ଏଭଳି ଘଟଣ ଯେଉଁଭଳି ନହେବ ସେ ନେଇ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking