30.1 C
Bhubaneswar
Saturday, March 21, 2026
Homeଅପରାଧଘରେ ପଶି ଯୋଗ ଗୁରୁମା'ଙ୍କୁ ଦୁଷ୍କର୍ମ ଅଭିଯୋଗ

ଘରେ ପଶି ଯୋଗ ଗୁରୁମା’ଙ୍କୁ ଦୁଷ୍କର୍ମ ଅଭିଯୋଗ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଲଜ୍ଜା। ମହିଳା ଯୋଗ ଇନଷ୍ଟ୍ରକ୍ଟରଙ୍କୁ ଦୁଷ୍କର୍ମ ଅଭିଯୋଗ। ଘରେ ପଶି ଯୋଗ ଗୁରୁମା’ଙ୍କ ସର୍ବଶ୍ୱ ଲୁଟିନେଲା ଅଭିଯୁକ୍ତ। ନିଜକୁ ବଞ୍ଚାଇବାକୁ ଯେତେ ଚେଷ୍ଟା କଲେ ବି କିଛି ଲାଭ ହେଲା ନାହିଁ। ଶେଷରେ ଦୁଷ୍କର୍ମର ଶିକାର ହେଲେ ମହିଳା। ତେବେ ଏହି ଲଜ୍ଜା ଜନକ ଘଟଣାଟି ଅନ୍ୟ କେଉଁ ବାହାର ରାଜ୍ୟରେ ନୁହଁ ବରଂ ଆମ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ ଘଟିଛି। ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତ ଜଣକ ମହିଳା ଗୁରୁମାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମହିଳା ଜଣକ କେନ୍ଦ୍ରାପଡ଼ାରେ ଏକ ଭଡ଼ା ଘର ନେଇ ରହୁଥିଲେ। ଘଟଣା ଦିନ ଘରେ ଏକା ଥିଲେ ଗୁରୁମା। ଯାହାର ଫାଇଦା ଉଠାଇଥିଲା ଅଭିଯୁକ୍ତ। ମହିଳା ଜଣକ ଏକା ଥିବା ଦେଖି ଘରେ ପଶିଥିଲା ଦୁର୍ବୃତ୍ତ। ନିଜକୁ ବଞ୍ଚାଇବାକୁ ସଂଘର୍ଷ କରିଥିଲେ ମହିଳା। ହେଲେ କିଛି ଲାଭ ହୋଇନଥିଲା। ଦୁଷ୍କର୍ମକାରୀ ନିଜ ଇରାଦାରେ ସଫଳ ହୋଇଯାଇଥିଲା। ଆଉ ଏହାରି ଭିତରେ ମହିଳା ଯୋଗ ଇନଷ୍ଟ୍ରକ୍ଟରଙ୍କ ଶରୀରରେ ଗଭୀର ଆଘାତ ଲାଗିଥିଲା। ପରେ ଗୁରୁତର ପୀଡ଼ିତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking