ଭୁବନେଶ୍ୱର: ନୂଆବର୍ଷରେ ବରଗଡ , ବଲାଙ୍ଗୀର, ନୂଆପଡା , କେନ୍ଦୁଝର , ମୟୁରଭଞ୍ଜ ଏବଂ ସମ୍ବଲପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଭୁବନେଶ୍ୱରରେ ଥିବା ଆଇଏମଡିର ଆଞ୍ଚଳିକ କେନ୍ଦ୍ର ପୂର୍ବାନୁମାନ କରିଛି ଯେ, ନୂଆବର୍ଷରୁ ଶୀତ ଲହର ପୁଣି ଫେରିବ। ସୋମବାର ରାତି ପର୍ୟ୍ୟନ୍ତ ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳି ନ ପାରେ। ପରବର୍ତ୍ତୀ ୨ରୁ ୪ଦିନ ମଧ୍ୟରେ ତାପମାତ୍ରା ୨ ରୁ ୪ ଡିଗ୍ରି ସେଲସିୟସ ହ୍ରାସ ପାଇବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୂମାନ କରାଯାଇଛି। ଜାନୁଆରୀ ୧ଠାରୁ ସର୍ବନିମ୍ନ ତାପମାତ୍ରା ଓଡ଼ିଶାର ଅନେକ ସ୍ଥାନରେ ହ୍ରାସ ପାଇବ।