30.1 C
Bhubaneswar
Tuesday, February 10, 2026
Homeଓଡିଶାଘନକୁହୁଡି ପାଇଁ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ

ଘନକୁହୁଡି ପାଇଁ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ରାଜ୍ୟରେ ଫେବୃଆରୀ ତାତି ବଢ଼ିବାରେ ଲାଗିଛି। ଦିନର ତାପମାତ୍ରା ସ୍ୱାଭାବିକ ଠାରୁ ୫ରୁ ୬ ଡିଗ୍ରୀ ବଢିଥିବା ବେଳେ ରାତିର ତାପମାତ୍ରା ସ୍ୱାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ପାଣିପାଗ ରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିଶେଷ କରି ଉପକୂଳ ଓଡ଼ିଶା ସମେତ ପଶ୍ଚିମ ଓଡିଶାର ଜିଲ୍ଲା ଗୁଡିକରେ ତାପମାତ୍ରା ବୃଦ୍ଧି ପାଇବ। ସମ୍ବଲପୁର, ଝାରସୁଗୁଡା, ବଲାଙ୍ଗୀର, ବରଗଡ଼, ସୋନପୁର, କଳାହାଣ୍ଡି, ଗଜପତି, ନୂଆପଡା, ଅନୁଗୋଳ, ଢେଙ୍କାନାଳ ସମେତ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ବି ଅହେତୁକ ଭାବରେ ବୃଦ୍ଧି ପାଇବ।

ବର୍ତ୍ତମାନ ରାଜ୍ୟରେ ମେଘମୁକ୍ତ ଆକାଶ ସହ ସୂର୍ଯ୍ୟଙ୍କ ଟାଣ କିରଣ ପାଇଁ ପାରଦ ଉପର ମୁହାଁ ହୋଇଛି ବୋଲି ପାଣିପାଗ କେନ୍ଦ୍ର କହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ” ବର୍ତ୍ତମାନ ପୁରା ଓଡ଼ିଶାରେ ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିଛି। ବିଶେଷକରି ଉପକୂଳ ଓଡ଼ିଶାରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ଡିଗ୍ରୀ ଅଧିକ ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସ୍ୱାଭାବିକ ଠାରୁ ୫ରୁ ୬ ଡିଗ୍ରୀ ଅଧିକ ରହିଛି। ପୁରା ରାଜ୍ୟରେ ଦିନ ତାପମାତ୍ରା ଓ ରାତି ତାପମାତ୍ରା ସାଧାରଣ ଭାବେ ଯେତିକି ରହିବା କଥା ତାଠାରୁ ଅଧିକ ରହିଛି। ଚଳିତ ବର୍ଷ ଫେବୃଆରୀରେ ଦିନ ଓ ରାତି ତାପମାତ୍ରା ସ୍ୱାଭାବିକ ଠାରୁ ଉପରେ ରହିଛି।”ସେ ଆଉ ମଧ୍ୟ କହିଛନ୍ତି, “ତାପମାତ୍ରା ଅଧିକ ଥିଲେ ମଧ୍ୟ ଏହା ହିଟ ୱେଭ ନୁହେଁ। ୪୦ଡିଗ୍ରୀ ଉପରକୁ ତାପମାତ୍ରା ଗଲେ ତାକୁ ହିଟୱେଭ କୁହାଯାଏ। ଏବେ ସୁଦ୍ଧା ରାଜ୍ୟରେ କେଉଁଠି ବି ତାପମାତ୍ରା ୪୦ ଡିଗ୍ରୀ ଛୁଇଁନାହିଁ। ସର୍ବାଧିକ ବଲାଙ୍ଗୀରରେ ୩୬.୭ ଡିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ସର୍ବାଧିକ ରେକର୍ଡ ୩୪.୯ ଡିଗ୍ରୀ ସେଲସିୟସ ରହିଛି।

ଲୋକମାନେ ଭୟଭୀତ ହୁଅନ୍ତୁ ନାହିଁ। ରାଜ୍ୟରେ ଗ୍ରୀଷ୍ମ ଲହରୀ ଛୁଇଁନାହିଁ। ଆଗାମୀ ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଅନ୍ୟପଟେ ରାଜ୍ୟରେ କିଛି ସ୍ଥାନରେ କୁହୁଡି ଓ ଘନ କୁହୁଡି ଦେଖାଯିବାର ସମ୍ଭାବନା ରହିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ଆସନ୍ତାକାଲି ସକାଳ ସମୟରେ ବାଲେଶ୍ୱର, ଭଦ୍ରକ, ଅନୁଗୋଳ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଗଞ୍ଜାମ ଏବଂ ନୟାଗଡରେ ଘନ କୁହୁଡି ନେଇ ସତର୍କତା ଜାରି କରାଯାଇଛି। ୨୪ ଘଣ୍ଟା ପର୍ଯ୍ୟନ୍ତ ଘନ କୁହୁଡି ନେଇ ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିଭଳି ୫ ତାରିଖରେ ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଗଞ୍ଜାମ, ଏବଂ ଯାଜପୁର ଜିଲ୍ଲାକୁ ଘନ କୁହୁଡି ନେଇ ସତର୍କତା ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ଦୃଶ୍ୟମାନ ଦୂରତା ୫୦ ମିଟର ତଳକୁ ଖସିଯିବ। କିଛି ଅଞ୍ଚଳରେ ଜିରୋ ଭିଜିବିଲିଟି ହେବାର ସମ୍ଭାବନା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking