27.1 C
Bhubaneswar
Monday, December 8, 2025
Homeଓଡିଶାଓଡ଼ିଆରେ ଲେଖ ନାମଫଳକ: ଉଷା ପାଢ଼ୀ

ଓଡ଼ିଆରେ ଲେଖ ନାମଫଳକ: ଉଷା ପାଢ଼ୀ

ଭୁବନେଶ୍ୱର: ଓଡ଼ିଆରେ ସାଇନ୍ ବୋର୍ଡ ନଲେଖିଲେ ଜରିମାନା।ଦିନକୁ ୫୦୦ ଟଙ୍କା ଦେବା କୁ ପଡିବ ଜରିମାନା । ଏନେଇ ୫୫ ଦିନର ସମୟ ସୀମା ଦେଲେ ରାଜ୍ୟ ସରକାର ।ଓଡ଼ିଶାର ମହାନଗର ନିଗମ, ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡିକର ଅଧୀନରେ ଥ‌ିବା ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାକୁ ଗୁରୁତ୍ବ । ଏହିସବୁ ସ୍ଥାନରେ ଓଡ଼ିଆରେ ସାଇନ୍ ବୋର୍ଡ ଲେଖିବାକୁ ବାଧ୍ୟତାମୂଳକ କଲେ ରାଜ୍ୟ ସରକାର । ଏହାକୁ କାର୍ଯ୍ୟକାରୀ କରିବାକୁ ଏକ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ।ଓଡ଼ିଶାର ସାଂସ୍କୃତିକ ଓ ଭାଷାଗତ ଐତିହ୍ୟର ପ୍ରୋତ୍ସାହନ ତଥା ଯେଉଁମାନେ ଅନ୍ୟ କୌଣସି ଭାଷା ବା ଲିପି ବୁଝି ନଥାନ୍ତି ସେମାନଙ୍କ ସୁବିଧା ପାଇଁ, ଓଡ଼ିଆ ଭାଷାର ବ୍ୟବହାର ସୁନିଶ୍ଚିତ କରିବା ଅତ୍ୟନ୍ତ ଫଳପ୍ରଦ ହେବ । ଏହି ଉଦ୍ଦେଶ୍ୟରେ, ନିମ୍ନଲିଖିତ ନିର୍ଦ୍ଦେଶ ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking