19.1 C
Bhubaneswar
Sunday, February 8, 2026
Homeଖେଳମସ୍ତ ଫମାଟ୍‌ରୁ ରିଦ୍ଧିମାନ ସାହାଙ୍କ ସନ୍ନ୍ୟାସ

ମସ୍ତ ଫମାଟ୍‌ରୁ ରିଦ୍ଧିମାନ ସାହାଙ୍କ ସନ୍ନ୍ୟାସ

କୋଲ୍‌କାତା: ଭାରତୀୟ ୱିକେଟ୍‌କିପର୍ ବ୍ୟାଟର୍ ରିଦ୍ଧିମାନ ସାହା ଶନିବାର କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ସାହା ବେଙ୍ଗଲ ପକ୍ଷରୁ ରଣଜୀ ଟ୍ରଫି ୨୦୨୪-୨୫ରେ କ୍ୟାରିୟର୍‌ର ଅନ୍ତିମ ମ୍ୟାଚ୍ କୋଲ୍‌କାତାର ଇଡେନ୍ ଗାର୍ଡେନ୍ସରେ ଖେଳିଛନ୍ତି। ଏହି ମ୍ୟାଚ୍ ପରେ ବେଙ୍ଗଲ ଟିମ୍‌ର ସାଥୀ ଖେଳାଳି ସାହାଙ୍କୁ କାନ୍ଧରେ ବସାଇ ତାଙ୍କର ସମ୍ମାନ କରିଥିଲେ। ସୂଚନାଯୋଗ୍ୟ, ଏହା ତାଙ୍କର ଶେଷ ରଣଜୀ ସିଜନ୍ ହେବ ବୋଲି ୪୦ ବର୍ଷୀୟ ରିଦ୍ଧିମାନା ସାହା ଗତ ନଭେମ୍ବରରେ ସ୍ପଷ୍ଟ କରିଥିଲେ। ଏବେ ସେ ବେଙ୍ଗଲ ପକ୍ଷରୁ ରଣଜୀ ଟ୍ରଫିର ଗ୍ରୁପ୍ ପର୍ଯ୍ୟାୟରେ ପଞ୍ଜାବ ବିପକ୍ଷ ଅନ୍ତିମ ମ୍ୟାଚ୍ ଖେଳି କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ପଞ୍ଜାବ ବିପକ୍ଷ କ୍ୟାରିୟର୍‌ର ଅନ୍ତିମ ମ୍ୟାଚ୍‌ରେ ସାହା ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। ତେବେ ତାଙ୍କ ଟିମ୍ ଏକ ଇନିଂସ୍ ଓ ୧୯ ରନ୍‌ରେ ବିଜୟୀ ହୋଇଛି।

ରିଦ୍ଧିମାନା ସାହା ଟିମ୍ ଇଣ୍ଡିଆ ପାଇଁ ଶେଷ ଟେଷ୍ଟ୍ ମ୍ୟାଚ୍ ୨୦୨୧ ଡିସେମ୍ବରରେ ଏବଂ ଶେଷ ଦିନିକିଆ ୨୦୧୮ ନଭେମ୍ବରରେ ଖେଳିଥିଲେ। ସାହା ଏକ୍ସ’ରେ ପୋଷ୍ଟ କରି ଲେଖିଛନ୍ତି- ‘ଏକ ସୁନ୍ଦର ଯାତ୍ରାର ସମାପ୍ତି ଘଟିଛି। ମୁଁ କ୍ରିକେଟ୍‌ର ସମସ୍ତ ଫର୍ମାଟରୁ ଅବସର ନେଉଛି। ୧୯୯୭ରେ କ୍ରିକେଟ୍ ପଡ଼ିଆରେ ପ୍ରଥମ ଥର ପାଇଁ ପାଦ ରଖିବା ପରଠାରୁ ଏ ମଧ୍ୟରେ ୨୮ ବର୍ଷ ବିତିଯାଇଛି। ଦେଶର, ରାଜ୍ୟ, ଜିଲ୍ଲା, କ୍ଲବ୍‌, ୟୁନିଭର୍ସିଟି ଏବଂ କଲେଜ ପକ୍ଷରୁ ଖେଳିବା ମୋ ପାଇଁ ଗର୍ବର ବିଷୟ।’ ରିଦ୍ଧିମାନ ସାହା ଭାରତ ପାଇଁ ୪୦ ଟେଷ୍ଟ୍ ମ୍ୟାଚ୍ ଖେଳି ୧୩୫୩ ରନ୍ କରିଛନ୍ତି। ଏହା ମଧ୍ୟରେ ତାଙ୍କର ୩ ଶତକ ଓ ୬ ଅର୍ଦ୍ଧଶତକ ସାମିଲ। ସେହିପରି ୯ ଦିନିକିଆ ମ୍ୟାଚ୍ ଖେଳିଥିବା ସାହାଙ୍କ ପ୍ରଦର୍ଶନ ସେପରି ଖାସ୍ ନଥିଲା। ତାଙ୍କ ସର୍ବୋଚ୍ଚ ସ୍କୋର ୧୬ ରନ୍ ରହିଛି। ତେବେ ତାଙ୍କ ଘରୋଇ କ୍ୟାରିୟର୍ ଚମତ୍କାର। ୧୪୨ ପ୍ରଥମଶ୍ରେଣୀ ମ୍ୟାଚ୍‌ରେ ସେ ୧୪ ଶତକ ଓ ୪୪ ଅର୍ଦ୍ଧଶତକ ସହାୟତାରେ ମୋଟ ୭୧୬୯ ରନ୍ କରିଛନ୍ତି। ସେହିପରି ୧୧୬ ଲିଷ୍ଟ୍‌-ଏ’ ମ୍ୟାଚ୍‌ରେ ୩୦୭୨ ରନ୍ କରିଛନ୍ତି। ଏହି ଅବସରରେ ତାଙ୍କ ବ୍ୟାଟ୍‌ରୁ ୩ ଶତକ ଓ ୨୦ ଅର୍ଦ୍ଧଶତକ ବାହାରିଥିଲା। ଏହା ବ୍ୟତୀତ ୨୨୫ ଟି-୨୦ ମ୍ୟାଚ୍‌ରେ ସାହା ୪୬୫୫ ରନ୍ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking