ନୂଆଦିଲ୍ଲୀ: ସ୍ପେନ୍ର ପେଣ୍ଟୋଭେଦ୍ରାରେ ୨ରୁ ୮ ତାରିଖ ପର୍ଯ୍ୟନ୍ତ ଚାଲିଥିବା ୨୦ ବର୍ଷରୁ କମ୍ ବିଶ୍ୱ କୁସ୍ତି ଚାମ୍ପିଅନ୍ଶିପ୍ରେ ମହିଳା ୬୨ କେଜି ଫ୍ରିଷ୍ଟାଇଲ୍ରେ ନିକିତା ରୌପ୍ୟ ଓ ନେହା ୫୭ କେଜି ଫ୍ରିଷ୍ଟାଇଜ୍ରେ ବ୍ରୋଞ୍ଜ୍ ପଦକ ଜିତିଛନ୍ତି। ଏହି ଦୁଇ ପଦକ ବଳରେ ଭାରତ ମୋଟ ୫ ପଦକ ସହିତ ଦ୍ୱିତୀୟ ସ୍ଥାନରେ ରହିଛି। ପୂର୍ବରୁ କୋରିଆ ବର୍ଷରୁ କମ୍ ଏସିଆ ଚାମ୍ପିଅନ୍ଶିପ୍ ସ୍ୱର୍ଣ୍ଣ ବିଜେତା ନିକିତା ଫାଇନାଲ୍ ମ୍ୟାଚ୍ରେ ୟୁକ୍ରେନ୍ରୁ ଇଳିନା ବୋଣ୍ଡାରଙ୍କଠାରୁ ୧-୪ରେ ହାରି ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି। ଅନ୍ୟପକ୍ଷରେ ଗତବର୍ଷ ୧୭ ବର୍ଷରୁ କମ୍ ବିା୍ବ ଚାମ୍ପିଅନ୍ଶିପ୍ରେ ସ୍ୱର୍ଣ୍ଣ ପଦକ ଜିତିଥିବା ନେହା ମହିଳା ୫୭ କେଜି ଫ୍ରିଷ୍ଟାଇଲ୍ରେ ହଙ୍ଗେରୀର ଗ୍ରେର୍ଡା ଟେରେକ୍ଙ୍କୁ ୧୦-୮ ହରାଇ ବ୍ରୋଞ୍ଜ୍ ପଦକ ଜିତିଛନ୍ତି। ଏହା ସହିତ ଭାରତ ଟୁର୍ଣ୍ଣାମେଣ୍ଟ୍ରେ ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ତିନି ବ୍ରୋଞ୍ଜ୍ ପଦକ ସମେତ ୫ ପଦକ ଜିତି ଅଭିଯାନ ଶେଷ କରିଛି। ଏହା ପୂର୍ବରୁ ଜ୍ୟୋତି ବେରୱାଲ୍ ମହିଳା ୭୬ କେଜି ଇଭେଣ୍ଟ୍ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେହିକରି କୋମଲ (ମହିଳା ୫୯ କେଜି) ଓ ଶ୍ରୀଷ୍ଟି (ମହିଳା ୬୮ କେଜି) ଦୁଇଟି ବ୍ରୋଞ୍ଜ୍ ପଦକ ଜିତିଛନ୍ତି।