18.1 C
Bhubaneswar
Thursday, December 18, 2025
Homeଓଡିଶାବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ; ୧୮୦ ପ୍ଲାଟୁନ ଫୋର୍ସ ମୁତୟନ

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ; ୧୮୦ ପ୍ଲାଟୁନ ଫୋର୍ସ ମୁତୟନ

ପୁରୀ : ଆଜି ବିଶ୍ୱ ନିଅନ୍ତା ମହାପ୍ରଭୁ ଜଗନ୍ନାଥଙ୍କର ବିଶ୍ୱ ପ୍ରସିଦ୍ଧ ବାହୁଡା ଯାତ୍ରା । ଜନ୍ମବେଦୀରୁ ରତ୍ନବେଦୀକୁ ଫେରିବେ ଲୀଳାମୟୀ ପ୍ରଭୁ ଜଗନ୍ନାଥ । ପ୍ରଭୁ ଜଗନ୍ନାଥ, ବଡ ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କର ତିନିଟି ରଥ ଶ୍ରୀମନ୍ଦିରକୁ ଫେରିବା ପାଇଁ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଅଟକି ରହିଛି । ଆଡପ ମଣ୍ଡପରୁ ଧାଡି ପହଣ୍ଡି କରି ତିନି ରଥରେ ବିଜେ କରିଛନ୍ତି ଚତୁର୍ଦ୍ଧାମୁର୍ତ୍ତୀ । ବଡ ଦାଣ୍ଡରେ ଏକାକାର ହେବେ ଭକ୍ତ ଓ ଜଗନ୍ନାଥ । ଆଉ ମାତ୍ର ଘଣ୍ଟା କେଇଟା । ମହାପ୍ରଭୁଙ୍କ ଆଗମନରେ ଧନ୍ୟ ହେବ ବଡଦାଣ୍ଡ । ଜନସମୁଦ୍ର ମହାପ୍ରଭୁଙ୍କୁ ରଥକୁ ପାଛୋଟି ନେବେ । ଭକ୍ତଙ୍କ ସଙ୍ଗେ ଝୁଲି ଝୁଲି ବଡଦାଣ୍ଡରେ ଗଡିବ ମହାପ୍ରଭୁଙ୍କ ରଥ । ତୁଳସୀ କ୍ଷେତ୍ରରେ ଆସନ୍ତା ୭ ଓ ୮ ଦୁଇଦିନ ଧରି ଶ୍ରଦ୍ଧାଳୁ ଶ୍ରୀବ୍ରହ୍ମ ତାଳଧ୍ୱଜ ରଥ ଟାଣିବେ। ଏଥିଲାଗି ସକାଳୁ ସକାଳୁ ପୁରୀ ବଡ଼ଦାଣ୍ଡ ଲୋକାରଣ୍ୟ ହୋଇପଡ଼ିଛି। ପୁରୀରେ ଆଜି ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। କେବଳ ଓଡ଼ିଶା କି ଭାରତ ନୁହେଁ, ବରଂ ବିଦେଶରୁ ମଧ୍ୟ ପୁରୀକୁ ଭକ୍ତଙ୍କ ଆଗମନ ହୋଇଛି । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଚଳିତବର୍ଷ ସର୍ବାଧିକ ୧୮୦ ପ୍ଲାଟୁନ ଫୋର୍ସ ମୁତୟନ ହେବା ସହ ସମ୍ପୂର୍ଣ୍ଣ ପୁରୀ ସହରକୁ ବ୍ଲୁ ବ୍ଲାଙ୍କେଟ ସୁରକ୍ଷା ବଳୟରେ ରଖାଯାଇଛି। ବମ୍ ସ୍କ୍ୱାଡ, ଡଗ୍ ସ୍କ୍ୱାଡ ସହ ସିସିଟିଭି ସର୍ଭେଲାନ୍ସରେ ରହିଛି ସମସ୍ତ କ୍ଷେତ୍ର। ଟ୍ରାଫିକ ପାଇଁ ସ୍ୱତନ୍ତ୍ର ମୋବିଲିଟି ପ୍ଲାନ ପ୍ରସ୍ତୁତ ହୋଇଛି। ସେହିପରି ସନ୍ଧ୍ୟା ଦର୍ଶନ ବାହୁଡା଼, ସୁନାବେଶ ଏବଂ ଅନ୍ୟ ଦିନରେ ଭିଡ଼କୁ ଦେଖି ଟ୍ରାଫିକ ବ୍ୟବସ୍ଥା କରାଯାଇଛି । ଚଳିତବର୍ଷ ୧୮ ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଏଥିଲାଗି ୨୪ ଘଣ୍ଟିଆ ଟ୍ରାଫିକ କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରୁଛି । ଜନଗହଳି ନିୟନ୍ତ୍ରଣ ଓ ଟ୍ରାଫିକ ସୁପରିଚାଳନା ପାଇଁ ସ୍ୱତନ୍ତ୍ର ଭାବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବା ସହ ୪୦୦ ଜଣ ଅଫିସର ମୁତୟନ ହୋଇଛନ୍ତି। ସମୁଦ୍ର ସ୍ନାନ ସମୟରେ ଦୁର୍ଘଟଣାକୁ ରୋକିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ଯବସ୍ଥା କରାଯାଇଛି। ସେହିପରି ଆଜିଠାରୁ ବର୍ଷା ହେବା ନେଇ ପାଣିପାଗ ସୂଚନା ଦେଇଛି। ଯଦି ପ୍ରବଳ ବର୍ଷା ଯୋଗୁଁ ଜଳବନ୍ଦୀ ସ୍ଥିତି ସୃଷ୍ଟିହୁଏ ତେବେ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ପମ୍ପର ବ୍ୟବହାର କରି ଜଳ ନିଷ୍କାସନ କରାଯିବ। ଏଥିଲାଗି ଅଗ୍ନିଶମ ପକ୍ଷରୁ ୫୦୧ ଜଣ ଅଗ୍ନିଶମ କର୍ମଚାରୀ, ୪୪ଟି ବହୁମୁଖୀ ଯାନ, ୧୧ ଟି ଉଚ୍ଚ କ୍ଷମତା ସମ୍ପନ୍ନ ପମ୍ପ, ଅତ୍ୟାଧୁନିକ ଉଦ୍ଧାର ଯନ୍ତ୍ରାଂଶ ରଖାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking