19.1 C
Bhubaneswar
Friday, December 19, 2025
Homeଖେଳବିଶ୍ୱ ଚେସ୍ ଚାମ୍ପିଅନ୍‌ଶିପ୍‌; ୫ମ ରାଉଣ୍ଡ୍ ବି ଡ୍ର’ ଖେଳିଲେ ଗୁକେଶ

ବିଶ୍ୱ ଚେସ୍ ଚାମ୍ପିଅନ୍‌ଶିପ୍‌; ୫ମ ରାଉଣ୍ଡ୍ ବି ଡ୍ର’ ଖେଳିଲେ ଗୁକେଶ

ସିଙ୍ଗାପୁର: ଭାରତୀୟ ଗ୍ରାଣ୍ଡମାଷ୍ଟର୍ ଡି ଗୁକେଶ ବିଶ୍ୱ ଚେସ୍ ଚାମ୍ପିଅନ୍‌ଶିପ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚୀନ୍‌ର ଡିଙ୍ଗ୍ ଲିରେନ୍‌ଙ୍କ ବିପକ୍ଷରେ ଲଗାତାର ଦ୍ୱିତୀୟ ଥର ମ୍ୟାଚ୍ ଡ୍ର’ ରଖିଚନ୍ତି। ଧଳା ଗୋଟିରେ ଖେଳୁଥିବା ଗୁକେଶଙ୍କୁ ସଂଘର୍ଷପୂର୍ଣ୍ଣ ପଞ୍ଚମ ରାଉଣ୍ଡ୍‌ରେ ୪୦ ମୁଭ୍ ପରେ ପଏଣ୍ଟ ଭାଗ କରିବାକୁ ପଡ଼ିଛି। ଫଳରେ ଦୁଇ ଖେଳାଳି ୨.୫-୨.୫ ପଏଣ୍ଟ୍ ସହ ସମାନ ସ୍ଥିତିରେ ରହିଛନ୍ତି। ଚାମ୍ପିଅନ୍‌ଶିପ୍ ଜିତିବା ପାଇଁ ଏବେ ବି ସେମାନଙ୍କୁ ଆହୁରି ୫ ପଏଣ୍ଟ୍ ଜିତିବାକୁ ପଡ଼ିବ। ବିଶ୍ୱ ଟାଇଟଲ୍ ପାଇଁ ୧୮ ବର୍ଷୀୟ ଗୁକେଶ ସର୍ବକନିଷ୍ଠ ଚ୍ୟାଲେଞ୍ଜର୍‌। ଗୁକେଶ୍ ବୁଧବାର ତୃତୀୟ ରାଉଣ୍ଡ୍ ମ୍ୟାଚ୍‌ରେ ଜିତିଥିବା ବେଳେ ୩୨ ବର୍ଷୀୟ ଲିରେନ୍ ପ୍ରଥମ ମ୍ୟାଚ୍ ଜିତିଥିଲେ। ଉଭୟ ଦ୍ୱିତୀୟ ଓ ଚତୁର୍ଥ ରାଉଣ୍ଡ୍‌ରେ ପଏଣ୍ଟ ଭାଗ କରିଥିଲେ। ଏହା ପୂର୍ବରୁ ଭାରତୀୟ ଗ୍ରାଣ୍ଡ୍‌ମାଷ୍ଟର୍‌ଙ୍କ ଆରମ୍ଭ ଭଲ ନଥିଲା। ପ୍ରଥମ ରାଉଣ୍ଡ୍ ମ୍ୟାଚ୍‌କୁ ଜଟିଳ କରିବା ଗୁକେଶଙ୍କୁ ମହଙ୍ଗା ପଡ଼ିଥିଲା ଏବଂ ଡିଫେଣ୍ଡିଂ ଚାମ୍ପିଅନ୍ ଲିରେନ୍‌ଙ୍କୁ ବିଜୟରୁ ଅଭିଯାନ ଆରମ୍ଭ କରିବା ନିମନ୍ତେ ସୁଯୋଗ ଦେଇଥିଲେ। ଦ୍ୱିତୀୟ ମ୍ୟାଚ୍‌ରେ ଗୁକେଶ ଜୋରଦାର ପ୍ରତ୍ୟାବର୍ତ୍ତନ କରି ଲିରେନ୍‌ଙ୍କୁ ଡ୍ର’ରେ ରୋକିବାରେ ସଫଳ ହୋଇଥିଲେ। ତେବେ ତୃତୀୟ ଗେମ୍‌ରେ ଗୁକେଶ ପ୍ରତ୍ୟାବର୍ତ୍ତନ କରିବା ସହିତ ଲିରେନ୍‌ଙ୍କ ତ୍ରୁଟିର ଫାଇଦା ଉଠାଇ ସଠିକ୍ ଚାଲ୍ ଚଳାଇବା ସହ ୨୩ ମୁଭ୍‌ରେ ମ୍ୟାଚ୍ ଜିତିନେଇଥିଲେ। ଏହାପରେ ଚତୁର୍ଥ ଏବଂ ପଞ୍ଚମ ରାଉଣ୍ଡ୍ ମ୍ୟାଚ୍ ଡ୍ର’ରେ ଶେଷ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking