26.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶବିଶ୍ୱ ବକ୍ସିଂ କପ୍‌: ୬୫ କିଗ୍ରା ଫାଇନାଲ୍‌ରେ ଜାମୱାଲ୍‌

ବିଶ୍ୱ ବକ୍ସିଂ କପ୍‌: ୬୫ କିଗ୍ରା ଫାଇନାଲ୍‌ରେ ଜାମୱାଲ୍‌

ନୂଆଦିଲ୍ଲୀ: ଭାରତୀୟ ବକ୍ସର୍ ଅବିନାଶ ଜାମୱାଲ୍ ଚମତ୍କାର ପ୍ରଦର୍ଶନ କରି ବ୍ରାଜିଲ୍‌ର ଫୋଜ୍ ଜି ଇଗୁଆକୁ ସହରରେ ଚାଲିଥିବା ବିଶ୍ୱ ବକ୍ସିଂ କପ୍‌ର ୬୫ କିଗ୍ରା ଓଜନ ବର୍ଗର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ୨୨ ବର୍ଷୀୟ ଜାମୱାଲ୍ ନିଜ ଉଚ୍ଚତା ଏବଂ ଗତିର ଉନ୍ନତ ଉପଯୋଗ କରି ଇଟାଲୀର ଜିୟାନଲୁଇଗି ମଲଙ୍ଗାଙ୍କୁ ୫-୦ ସର୍ବସମ୍ମତ ମତରେ ହରାଇଛନ୍ତି। ପାଞ୍ଚ ଜଜ୍‌ଙ୍କ ମଧ୍ୟରୁ ଚାରିଜଣ ଜାମ୍‌ୱାଲ୍‌ଙ୍କୁ ପରଫେକ୍ଟ ୩୦ ପଏଣ୍ଟ୍ ପ୍ରଦାନ କରିଥିଲେ। ଏହି ପ୍ରତିଯୋଗିତାର ଫାଇନାଲ୍‌ରେ ପହଞ୍ଚିବାରେ ଜାମ୍‌ୱାଲ୍ ଦ୍ୱିତୀୟ ଭାରତୀୟ। ତାଙ୍କ ପୂର୍ବରୁ ଗୁରୁବାର ହିତେଶ ୭୦ କିଗ୍ରା ବର୍ଗରେ ଫ୍ରାନ୍ସର ଅଲିମ୍ପିଆନ୍ ମାକନ୍ ଟ୍ରାଓରେଙ୍କୁ ହରାଇ ଫାଇନାଲ୍‌ରେ ପ୍ରବେଶ କରିଥିଲେ। ଫାଇନାଲ୍‌ରେ ହିତେଶଙ୍କ ମୁକାବିଲା ଇଂଲଣ୍ଡର ଓଡେନ୍ କାମାରାଙ୍କ ସହିତ ଏବଂ ଜାମ୍‌ଓ୍‌ବାଲ୍‌ଙ୍କ ସ୍ଥାନୀୟ ଖେଳାଳି ୟୁରୀ ରିସ୍‌ଙ୍କ ସହ ହେବ। ଭାରତର ଅନ୍ୟ ଜଣେ ବକ୍ସର୍ ମନୀଷ ରାଠୋଡ଼ଙ୍କ ଅଭିଯାନ ସମାପ୍ତ ହୋଇଯାଇଛି। ୫୫ କିଗ୍ରା ବର୍ଗର ସେମିଫାଇନାଲ୍‌ରେ କଜାଖସ୍ତାନର ନୁରସୁଲ୍‌ତାନ୍ ଅଲ୍‌ତିନ୍‌ବେକ୍‌ଙ୍କ ଠାରୁ ୫-୦ରେ ହାରିଯାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking