28.1 C
Bhubaneswar
Thursday, July 4, 2024
Homeଦେଶ ବିଦେଶଭାରତକୁ ୧୫୦କୋଟି ଡଲାର ଦେବ ବିଶ୍ୱ ବ୍ୟାଙ୍କ୍

ଭାରତକୁ ୧୫୦କୋଟି ଡଲାର ଦେବ ବିଶ୍ୱ ବ୍ୟାଙ୍କ୍

ନୂଆଦିଲ୍ଲୀ: ସବୁଜ ଶକ୍ତିକୁ ପ୍ରୋତ୍ସାହନ ଦେବା ଏବଂ ଅଙ୍ଗାରକାମ୍ଳ ନିର୍ଗମନକୁ କମ୍ କରିବା ଦିଗରେ ଏବେ ସମଗ୍ର ବିଶ୍ୱ ଚିନ୍ତାବ୍ୟକ୍ତ କରୁଛନ୍ତି । ଭାରତ କିନ୍ତୁ ଅନ୍ୟ ଦେଶଙ୍କ ତୁଳନାରେ ପ୍ରଭାବୀ ଢ଼ଙ୍ଗରେ ଅଙ୍ଗାରକାମ୍ଳ ନିର୍ଗମନକୁ କମ୍ କରିବା ପ୍ରୟାସକୁ ଜୋରଦାର କରିଛି । ତେବେ ଭାରତର ଏପ୍ରକାର ଚେଷ୍ଟା ତଥା ତତ୍ପରତାକୁ ଦୃଷ୍ଟିରେ ରଖି ବିଶ୍ୱ ବ୍ୟାଙ୍କ୍ ଏବେ ପୁଣିଥରେ ଭାରତକୁ ୧୫୦ କୋଟି ଡଲାର ସାହାଯ୍ୟକୁ ମଞ୍ଜୁରି ଦେଇଛି । ଏଥିରେ ଭାରତରେ ସବୁଜ ଶକ୍ତିକୁ ପ୍ରୋତ୍ସାହନ ମିଳିବ ବୋଲି କୁହାଯାଉଛି । ପ୍ରକାଶ, ଅଙ୍ଗାରକାମ୍ଳ ନିର୍ଗମନ କମ୍ କରିବା ଦିଗରେ ବିଶ୍ୱ ବ୍ୟାଙ୍କ୍ ଏହାକୁ ମିଶାଇ କ୍ରମାଗତ ୨ୟ ଥର ପାଇଁ ଏହି ପରିମାଣର ଆର୍ଥିକ ସହାୟତା ଭାରତକୁ ଦେବାକୁ ସ୍ଥିର କରିଛି । ଏହା ପୂର୍ବରୁ ଗତ ବର୍ଷ ଅର୍ଥାତ୍ ୨୦୨୩ ଜୁନ୍‌ରେ ମଧ୍ୟ ବିଶ୍ୱ ବ୍ୟାଙ୍କ୍ ଭାରତକୁ ୧୫୦ କୋଟି ଡଲାରର ମଞ୍ଜୁରି ଦେଇଥିଲା ।

ବିଶ୍ୱ ବ୍ୟାଙ୍କ ପକ୍ଷରୁ ଏନେଇ ଦିଆଯାଇଥିବା ସୂଚନାନୁସାରେ, ନିମ୍ନ-କାର୍ବନ ଶକ୍ତି କାର୍ଯ୍ୟକ୍ରମ ବିକାଶ ନୀତି ଅନୁସାରେ ଭାରତକୁ ବିଶ୍ୱବ୍ୟାଙ୍କ ପକ୍ଷରୁ ଆର୍ôଥକ ପ୍ରୋତ୍ସାହନର ଏହା ଦ୍ୱିତୀୟ ପର୍ଯ୍ୟାୟ । ପ୍ରଦାନ କରାଉଥିବା ଏହି ସଦ୍ୟ ଆର୍ଥିକ ସହାୟତା ଫଳରେ ଭାରତରେ ପ୍ରତି ବର୍ଷ ୪୫୦,୦୦୦ ମେଟ୍ରିକ୍ ଟନ୍ ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ୧୫୦୦ ମେଗାୱାଟ୍ ଇଲେକ୍ଟ୍ରୋଲାଇଜରର ଉତ୍ପାଦନ ଆଶା ରହିଛି । ଏହା ଅକ୍ଷୟ ଶକ୍ତି କ୍ଷମତାକୁ ବଢାଇବା ସହ ପ୍ରତି ବର୍ଷ ୫୦ ମିଲିୟନ୍ ଟନ୍ ପରିମାଣର କାର୍ବନ (ଅଙ୍ଗାରକାମ୍ଳ) ନିର୍ଗମନ ହ୍ରାସ କରିବାରେ ସାହାଯ୍ୟ କରିବ । ବିଶ୍ୱ ବ୍ୟାଙ୍କର ଦେଶୀୟ ନିର୍ଦ୍ଦେଶକ ଅଗସ୍ତେ ତାନୋ କୌମେ କହିଛନ୍ତି କି ବିଶ୍ୱ ବ୍ୟାଙ୍କ ଭାରତକୁ ଏହି ଦିଗରେ ଲଗାତର ସମର୍ଥନ ଜାରି ରଖିବ । ଏଥିରେ ଦେଶକୁ ଶୁଦ୍ଧ-ଶୂନ୍ୟ ଉତ୍ସେର୍ଜନ ଲକ୍ଷ୍ୟ ହାସଲରେ ସାହାଯ୍ୟ ମିଳିବ । ଏହା ନୂଆ ନିଯୁକ୍ତି ସୃଷ୍ଟି ହେବା ସହ ପରିବେଶ ମଧ୍ୟ ସୁସ୍ଥ ରହିବ ।

ସବୁଜ ହାଇଡ୍ରୋଜେନ, ଇଲେକ୍ଟ୍ରୋଲାଇଜର ଏବଂ ଅକ୍ଷୟ ଶକ୍ତି ଅନୁପ୍ରବେଶ ପାଇଁ ଏକ ବଜାରକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଅର୍ଥ ବିସ୍ତାର କରାଯାଇଥିବା ସମ୍ପର୍କରେ ବିଶ୍ୱବ୍ୟାଙ୍କ୍ କହିଛି । ଏହି ବିକାଶ ଭାରତର ଉଚ୍ଚାଭିଳାଷୀ ଜାତୀୟ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ୍ ଏବଂ ଶକ୍ତି ପରିବର୍ତ୍ତନ ଲକ୍ଷ୍ୟର ପୃଷ୍ଠଭୂମୀ ଆଧାରିତ । ଏହି ମର୍ମରେ ୨୦୩୦ ସୁଦ୍ଧା ସ୍ଥାପିତ ଅକ୍ଷୟ ଶକ୍ତି କ୍ଷମତା ୫୦୦ ଗିଗାହର୍ଜ ପାୱାର ହାସଲ କରିବା ଏବଂ ୨୦୭୦ ସୁଦ୍ଧା ଶୂନ୍ୟ କାର୍ବନ ସ୍ତରରେ ପହଞ୍ଚିବା ପାଇଁ ଭାରତ ଏକ ଲକ୍ଷ୍ୟ ସ୍ଥିର କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking