19.1 C
Bhubaneswar
Monday, February 2, 2026
Homeଓଡିଶାରାଜ୍ୟ ଶ୍ରମ ସଂସ୍ଥାନ ରେ ବାଷ୍ପୀତ୍ର ପ୍ରଚାଳନ ଯନ୍ତ୍ରୀ ମାନଙ୍କ ପାଇଁ କର୍ମଶାଳା

ରାଜ୍ୟ ଶ୍ରମ ସଂସ୍ଥାନ ରେ ବାଷ୍ପୀତ୍ର ପ୍ରଚାଳନ ଯନ୍ତ୍ରୀ ମାନଙ୍କ ପାଇଁ କର୍ମଶାଳା

ଭୁବନେଶ୍ବର: ରାଜ୍ୟର ଶିଳ୍ପ ପ୍ରତିଷ୍ଠାନ ମାନଙ୍କ ରେ ଅବସ୍ଥାପିତ ବାଷ୍ପୀତ୍ର ପ୍ଳାଣ୍ଟ ଗୁଡ଼ିକ ର ସୁରକ୍ଷା କୁ ସୁନିଶ୍ଚିତ କରିବା ସହିତ ଚାଳନ ପଦ୍ଧତି କୁ ଅଧିକ ପ୍ରଭାବୀ ଏବଂ ପାରଦର୍ଶୀ କରିବା ଲକ୍ଷ୍ୟରେ  କାରଖାନା ମାନଙ୍କ ରେ କାର୍ଯ୍ୟରତ ବାଷ୍ପୀତ୍ର  ପ୍ରଚାଳନ ଯନ୍ତ୍ରୀ( Boiler Operation Engineer) ମାନଙ୍କ ପାଇଁ ଆଜି ଏକ କର୍ମଶାଳା ଭୁବନେଶ୍ବର ର ରାଜ୍ୟ ଶ୍ରମ ସଂସ୍ଥାନ ରେ ଅନୁଷ୍ଠିତ ହୋଇଯାଇଛି।

ପୂର୍ବାହ୍ନରେ କର୍ମଶାଳା କୁ ମୁଖ୍ୟ ଅତିଥି ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ବିଭାଗ ଅତିରିକ୍ତ ଶାସନ ସଚିବ ତଥା କାରଖାନା ଏବଂବାଷ୍ପୀତ୍ର ନିର୍ଦ୍ଦେଶକ ଏବଂ  ରାଜ୍ୟ ଶ୍ରମ ପ୍ରତିଷ୍ଠାନ ନିର୍ଦ୍ଦେଶକ ଶ୍ରୀଯୁକ୍ତ ନିତି ରଂଜନ ସେନ ତାଲିମ କର୍ମଶାଳା ଉଦଘାଟନ କରି ଉଦବୋଧନ ଦେଇଥିଲେ।

ସମ୍ମାନିତ ଅତିଥି  ଭାବେ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟ ର ସଦର ମହକୁମା ଠାରେ  ଅବସ୍ଥାପିତ ଉପ ନିର୍ଦ୍ଦେଶକ  ସୁରକ୍ଷା ଡଃ ମଳୟ କୁମାର ପ୍ରଧାନ  ଏବଂ ସମ୍ବଲପୁର ମଣ୍ଡଳ ଉପନିର୍ଦ୍ଦେଶକ ଶ୍ରୀ ସ୍ଵରୂପ ଜେନା ତାଲିମ କର୍ମଶାଳା ରେ ଯୋଗ ଦେଇ ଉଦବୋଧନ ଦେଇଥିଲେ। ଅପରାହ୍ଣରେ ସଫଳ ଭାବେ ତାଲିମ ସମାପନ ପରେ ଭାଗ ନେଇଥିବା ପଞ୍ଚାବନ ଜଣ ବାଷ୍ପୀତ୍ର  ପ୍ରଚାଳନ ଯନ୍ତ୍ରୀ ଙ୍କୁ  ପ୍ରତିଷ୍ଠାନ ପକ୍ଷରୁ ମୁଖ୍ଯଅତିଥି ଶ୍ରୀଯୁକ୍ତ ସେନ୍  ଙ୍କ ଦ୍ଵାରା ପ୍ରମାଣପତ୍ର ପ୍ରଦାନ କରାଜାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking