23.1 C
Bhubaneswar
Monday, February 23, 2026
Homeଓଡିଶାଡ଼ହଡ଼ହ ଖରାରେ କାମ କରୁଛନ୍ତି ଶ୍ରମିକ

ଡ଼ହଡ଼ହ ଖରାରେ କାମ କରୁଛନ୍ତି ଶ୍ରମିକ

ଢେଙ୍କାନାଳ: ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଶ୍ରମ ବିଭାଗ ପକ୍ଷରୁ ଅପ୍ରେଲ ୧ ତାରିଖ ଠାରୁ ଜୁନ୍ ମାସ ୧୫ ତାରିଖ ପର୍ଯ୍ୟନ୍ତ ଖରାରେ ଏବଂ ବାହାରେ କାମ କରିବା ପାଇଁ ମଧ୍ୟାହ୍ନ ୧୧ ଠାରୁ ଅପରାହ୍ନ ୩ ଟା ୩୦ ମିନିଟ ସମୟ ପର୍ଯ୍ୟନ୍ତ ବାରଣ କରାଯାଇଛି। ଏହି ସମୟରେ ଶ୍ରମିକ ଏବଂ କର୍ମଚାରୀଙ୍କୁ କାମ କରାଉଥିଲେ ମାଲିକଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରମ ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶନାମା ରହିଛି। ଗ୍ରୀଷ୍ମ ପ୍ରବାହ ପାଇଁ ଶ୍ରମ ବିଭାଗ ପକ୍ଷରୁ ଏସଓପି ମଧ୍ୟ ଜାରି କରାଯାଇଛି। କାମ ହେଉଥିବା ସ୍ଥାନରେ ପର୍ଯ୍ୟାପ୍ତ ଥଣ୍ଡା ପାନୀୟଜଳ ବ୍ୟବସ୍ଥା, ଓଆର୍‌ଏସ୍ ରଖିବାକୁ କୁହାଯାଇଛି। କାମ କରୁଥିବା ସମୟରେ ଅଂଶୁଘାତ ହେଲେ ତୁରନ୍ତ ନିକଟସ୍ଥ ମେଡିକାଲକୁ ନେବାକୁ କୁହାଯାଇଛି। ଢେଙ୍କାନାଳ ଜିଲ୍ଲା ଶୁକ୍ରବାର ଦିନ ସର୍ବାଧିକ ତାପମାତ୍ରା ୩୭.୩ ଡିଗ୍ରୀ ସେଲ୍‌ସିୟସ ହୋଇଛି ।

ଆଗାମୀ ଦିନରେ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଥିବାବେଳେ ଟାଣ ଖରା ସାଙ୍ଗକୁ ଗୁଳୁଗୁଳି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଦିନବେଳା ଘରୁ ବାହାରିବା ଅସମ୍ଭବ ହୋଇପଡୁଛି। ଗ୍ରୀଷ୍ମପ୍ରବାହ ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ପ୍ରବଳ ଖରାରେ ଘରୁ ବାହାରିବା କଷ୍ଟକର ଥିବାବେଳେ ଢ଼େଙ୍କାନାଳ ଜିଲ୍ଲାଦେଇ ଯାଇଥିବା ଜାତୀୟ ରାଜପଥର ୫୩ର ଠିକାଦାର ନିର୍ଦ୍ଧାରିତ ମଜୁରୀ ନ ଦେଇ ଦିନ ୧ଟା ବେଳେ କାମାକ୍ଷାନଗର ଥାନା ବଡ଼ମୁକ୍ତାପଶି ଗ୍ରାମ ନିକଟରେ ଜାତୀୟ ରାଜପଥ ୫୩ରେ ଡ଼ହଡ଼ହ ଖରାରେ ଶ୍ରମିକ ମାନେ ତତଲା ପିଚୁ କାମ କରୁଛନ୍ତି । ଘଟଣା ସ୍ଥଳରୁ କାମାକ୍ଷାନଗର ଉପ ଜିଲ୍ଲାପାଳ ଦିନମଣି ନାୟକଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲା ।

ଶ୍ରମିକଙ୍କ ଦୁଃଖ ଭରା ଘଟଣାର ଭିଡିଓ ପଠାଯାଇଥିଲା। ଢେଙ୍କାନାଳ ଶ୍ରମ ଅଧିକାରୀ ସଂଗ୍ରାମ ଦଲେଇଙ୍କୁ ମଧ୍ୟ ଘଟଣା ସ୍ଥାନର ଭିଡିଓ ପଠାଯାଇଥିଲା। ଏନେଇ ସାଇବର୍ ଠକେଇ ସମ୍ପର୍କିତ ସଚେତନତା ଶିବିର ଯୋଗ ଦେବାକୁ ଯାଉଥିବା ସିଭିଲ୍ ପ୍ରୋଟେକ୍‌ସନ୍ ଲିଗାଲ୍ ସର୍ଭିସର ରାଜ୍ୟ ସଭାପତି ସନ୍ତୋଷ ହୋତା ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି କି ଶ୍ରମ ବିଭାଗ ତଦାରଖ କରୁନଥିବାରୁ ଅନେକ ସ୍ଥାନରେ ଖରାରେ ଶ୍ରମିକମାନେ ଏହି ଭଳି କାମ କରୁଛନ୍ତି । ତେବେ କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ମଝିପାଳ ଗ୍ରାମର ମହିଳା ଶ୍ରମିକ କୁହନ୍ତି ପେଟ ପାଇଁ ଖରାରେ ୩୫୦ ଟଙ୍କା ମଜୁରୀରେ ଖଟୁଛୁ। ଖରା ବେଳେ ଖଟିଲେ ବି ଅଧିକ ଟଙ୍କାଏ ଦେଉନାହାନ୍ତି ବୋଲି କୁହନ୍ତି। ଭୁବନ ବ୍ଲକ ଅନ୍ତର୍ଗତ କଣ୍ଟନବାହାଳୀ ଗ୍ରାମ ବୟସ୍କ ଶ୍ରମିକ ମଧ୍ୟ କୁହନ୍ତି ଦିନ ସାରା ଖଟିଲେ ୪୦୦ ଟଙ୍କା ମିଳେ। ତେବେ ଶ୍ରମବିଭାଗ ଓ ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଶ୍ରମିକମାନେ ଏଭଳି ହଇରାଣ ହେଉଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking