28.1 C
Bhubaneswar
Friday, September 27, 2024
Homeମହିଳା ଆଇସିସି ଟି-୨୦ ବିଶ୍ୱକପ୍‌ମହିଳା ଆଇସିସି ଟି-୨୦ ବିଶ୍ୱକପ୍‌ : ୬ ଅକ୍ଟୋବରରେ ହେବ ଭାରତ- ପାକିସ୍ତାନ ମହାମୁକାବିଲା

ମହିଳା ଆଇସିସି ଟି-୨୦ ବିଶ୍ୱକପ୍‌ : ୬ ଅକ୍ଟୋବରରେ ହେବ ଭାରତ- ପାକିସ୍ତାନ ମହାମୁକାବିଲା

ନୂଆଦିଲ୍ଲୀ : ଆଇସିସି ମହିଳା ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ ୟୁଏଇରେ ଆୟୋଜିତ ହେବାକୁ ଯାଉଛି । ବିଶ୍ୱକପର ଏହି ମହାକୁମ୍ଭ ବା ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭ ଆସନ୍ତା ୩ ତାରିଖରୁ ହେବ । ସେଥିପାଇଁ ହରମନପ୍ରୀତଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଦୁବାଇରେ ପହଞ୍ଚି ସାରିଛି । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ମଧ୍ଯ ମହିଳା ବିଶ୍ୱକପରେ ଖେଳାଯିବାକୁ ଥିବା ମ୍ଯାଚଗୁଡିକର ଟିକେଟର ବୁକିଂ ଅନଲାଇନରେ ଆରମ୍ଭ କରି ସାରିଛି । ମାତ୍ର ଚିରପ୍ରତିଦ୍ୱନ୍ଦୀ ଭାରତ – ପାକିସ୍ତାନ ମଧ୍ଯରେ ଖେଳାଯିବାକୁ ଥିବା ହାଇଭୋଲଟେଜ ମୁକାବିଲାର ଟିକେଟର ଦାମ ମଧ୍ୟ ଜାରି ହୋଇଛି । ଯାହା ସମସ୍ତଙ୍କୁ ଚକିତ କରିଛି । ମହିଳା ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପରେ ଭାରତ- ପାକିସ୍ତାନ ଆସନ୍ତା ୬ ଅକ୍ଟୋବରରେ ଆମନା ସାମନା ହେବେ । ଭାରତୀୟ ସମୟ ଦିନ ୩ଟା ୩୦ ରେ ଏହି ମହାମୁକାବିଲା ଖେଳାଯିବ । ଏହି ଦିନ ୱେଷ୍ଟଇଣ୍ଡିଜ ଓ ସ୍କଟଲାଣ୍ଡ ମଧ୍ୟରେ ମଧ୍ୟ ମ୍ଯାଚ ଖେଳାଯିବାର କାର୍ଯ୍ୟସୂଚୀ ରହିଛି । ଉଭୟ ମ୍ଯାଚ ପାଇଁ ଆଇସିସି ଗୋଟିଏ ପ୍ରକାର ଟିକେଟ ଜାରି କରିଛି । ଯାହାର ଦାମ ରହିଛି ୧୫ ଦିରହମ, ମାନେ ଭାରତୀୟ ମୁଦ୍ରାରେ ମାତ୍ର ୩୪୨ ଟଙ୍କା । କିନ୍ତୁ, ଅଲଗା ଅଲଗା ଷ୍ଟାଣ୍ଡ ପାଇଁ ଦାମ୍ ମଧ୍ଯ ଭିନ୍ନ ରହିଛି । ପ୍ରକାଶଥାଉ ଯେ, ମହିଳା ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପରେ ମୋଟ ୧୦ ଟି ଦଳ ଭାଗ ନେଉଛନ୍ତି । ଏହି ୧୦ ଟି ଦଳକୁ ଦୁଇଟି ଗ୍ରୁପରେ ଭାଗ କରାଯାଇଛି । ଭାରତୀୟ ଦଳ ଗ୍ରୁପ ‘ଏ’ ରେ ରହିଛି । ଭାରତକୁ ଛାଡି ଗ୍ରୁପ ‘ଏ’ରେ ନ୍ୟୁଜିଲାଣ୍ଡ, ପାକିସ୍ତାନ, ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ରହିଛନ୍ତି । କହିରଖୁ, ଟ୍ୱେଣ୍ଟି ଟ୍ୱେଣ୍ଟି ଫର୍ମାଟରେ ଭାରତ ଓ ପାକିସ୍ତାନ ୧୫ ଥର ମୁହାଁମୁହିଁ ହୋଇଛନ୍ତି । ଏଥିରେ ୧୨ ଥର ବାଜିମାତ କରିଛି ଭାରତ । ସେପଟେ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ ୨୦୨୩ ରେ ଭାରତ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରିଥିଲା ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking