15.1 C
Bhubaneswar
Monday, February 9, 2026
Homeଓଡିଶାଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଲା ମହିଳା କଂଗ୍ରେସ

ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଲା ମହିଳା କଂଗ୍ରେସ

ଭୁବନେଶ୍ୱର: ରାଜ୍ୟରେ ଗୋଟିକ ପରେ ଗୋଟିଏ ହୃଦୟ ବିଦାରକ ଘଟଣାରେ ଛାତ୍ରୀମାନେ ନିଆଁରେ ପୋଡିବା ରାଜ୍ୟ ସରକାରଙ୍କ ବିଫଳତାକୁ ଦର୍ଶାଉଛି। ‘ବେଟି ପଢ଼ାଓ ବେଟି ବଚାଓ’ ସ୍ଲୋଗାନ ଦେଉଥ‌ିବା ବିଜେପି ସରକାରଙ୍କ ଶାସନରେ ମହିଳା, ଛାତ୍ରୀମାନେ ସବୁଠାରୁ ଅସୁରକ୍ଷିତ । ସୌମ୍ୟାଶ୍ରୀଙ୍କୁ ନ୍ୟାୟ ନ ମିଳିବାରୁ ଶେଷରେ ଏଫ୍. ଏମ୍. କଲେଜ ଆଗରେ ନିଜକୁ ଜାଳିଦେଲେ । ତାଙ୍କୁ ନ୍ୟାୟ ଦେବା ପାଇଁ ସାରା ଓଡ଼ିଶାରେ ଆନ୍ଦୋଳନ ମୁଣ୍ଡ ଟେକିଛି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ନାରୀକୁ ନ୍ୟାୟ ଦେବା ପାଇଁ ଯେଉଁ ଅଭିଯାନ ଆରମ୍ଭ ହୋଇଛି ତାହାକୁ ଅଧୂକ ସକ୍ରିୟ କରିବା ପାଇଁ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମୀନାକ୍ଷି ବାହିନିପତି ଆଗଭର ହୋଇଛନ୍ତି। ସୌମ୍ୟାଶ୍ରୀଙ୍କ ପରେ ନିମାପଡା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ନିର୍ବାଚନ ମଣ୍ଡଳୀ ବଳଙ୍ଗା ଠାରେ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ଦୁବୃତ୍ତମାନେ ନିଆଁରେ ପୋଡି ମାରିଦେବା ପାଇଁ ଉଦ୍ୟମ କରିଥିଲେ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବାସ ଭବନ ରାଜ୍ୟ ମହିଳା ସଭାନେତ୍ରୀ ମୀନାକ୍ଷି ବାହିନିପତିଙ୍କ ନେତୃତ୍ୱରେ ଘେରାଉ କରାଯାଇଥିଲା । ପିଡ଼ିତା ଛାତ୍ରୀ ଜଣଙ୍କ ୭୨ ଭାଗ ପୋଡିଯାଇଥିବାବେଳେ ଏମ୍ଏସ୍‌ରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ମୀନାକ୍ଷି ବାହିନିପତିଙ୍କ ନେତୃତ୍ବରେ ଏକ ମହିଳା ଦଳ ଯାଇ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ବିକ୍ଷୋଭକରିଥିଲେ । ରାଜ୍ୟ ସରକାରଙ୍କ ବିଫଳତା ଏବଂ ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ବିଗିଡି ଯାଇଥିବାବେଳେ ନାରୀ ଆଉ ଘରୁ ବାହାରିବା କଷ୍ଟ ହୋଇପଡ଼ିଛି। ନିଜେ ରାଜ୍ୟ ସରକାର ଏକ ଅଧ୍ୟାଦେଶରେ ସଂନ୍ଧ୍ୟା ୫ ଟା ପରେ ମହାବିଦ୍ୟାଳୟ ପରିସରରେ ଛାତ୍ରୀମାନେ ନ ରହିବା ପାଇଁ ନିର୍ଦ୍ଦେଶାନାମ ଜାରି କରିଛନ୍ତି । ଏଥିରୁ ସ୍ପଷ୍ଟ ପ୍ରତ୍ୟୟମାନ ହୁଏ ଯେ ରାଜ୍ୟ ସରକାର ନାରୀକୁ ସୁରକ୍ଷା ଦେବା ପାଇଁ ଅସମର୍ଥ । ଏଭଳି ସରକାର ଶାସନ ଗାଦିରେ ବସିବାର ସମସ୍ତ ନୈତିକ ଅଧିକାର ହରାଇ ବସିଛନ୍ତି ବୋଲି ଶ୍ରୀମତୀ ବାହିନି ପତି କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking