27.1 C
Bhubaneswar
Friday, March 27, 2026
Homeଓଡିଶାମହିଳା କଂଗ୍ରେସର ସଦସ୍ୟତା ଅଭିଯାନ ସଭା; ଜନନୀ ଆଗରେ ଦୁନିଆ ନତମସ୍ତକ

ମହିଳା କଂଗ୍ରେସର ସଦସ୍ୟତା ଅଭିଯାନ ସଭା; ଜନନୀ ଆଗରେ ଦୁନିଆ ନତମସ୍ତକ

ଭୁବନେଶ୍ୱର: ଜାତୀୟ ମହିଳା କଂଗ୍ରେସ ଆନୁକୂଲ୍ୟରେ ଆରମ୍ଭ ହୋଇଛି ମହିଳା ସଦସ୍ୟତା ଗ୍ରହଣ ଅଭିଯାନ। ସଦସ୍ୟତା ଅଭିଯାନ ବର୍ତ୍ତମାନ ସାରା ଦେଶର ସମସ୍ତ ରାଜ୍ୟରେ ବେଶ ଜୋରସୋରରେ ଚାଲିଛି । ସେଇ ପରିପେକ୍ଷୀରେ ପ୍ରଦେଶ ମହିଳା କଂଗ୍ରେସ ତରଫରୁ କଂଗ୍ରେସ ଭବନଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।  ସଭାରେ ଉଦବୋଧନ ଦେଇ କଂଗ୍ରେସର ଓଡିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ କହିଥିଲେ, ଜନନୀ ଆଗରେ ସମସ୍ତ ବ୍ରହ୍ମାଣ୍ଡ ନତମସ୍ତକ, ଜନନୀ ହେଉଛି ସୃଷ୍ଟିକର୍ତ୍ତା। ତେଣୁ ଦଳର ନାରୀଶକ୍ତି ଯଦି ନିଜକୁ ଉପଯୋଗ କରେ, ଆମେ କଂଗ୍ରେସକୁ ସବୁଠୁ ଶକ୍ତିଶାଳୀ ଦଳ କରିବା ସହିତ ଦେଶକୁ ମଧ୍ୟ ବିକଶିତ କରିବା ସମ୍ଭବ। ଆମକୁ ସଦସ୍ୟତା ଗ୍ରହଣ ତୃଣମୂଳ ସ୍ତରରୁ କରିବାକୁ ପଡ଼ିବ। ତେବେ ଯାଇ ଆମ ଦଳର ମୂଳଦୁଆ ଶକ୍ତିଶାଳୀ ହେବ।

ମହିଳା କଂଗ୍ରେସକୁ କିଭଳି ସୂଦୃଢ଼ କରାଯିବ ଏବଂ ଆହୁରି ଅଧିକ ଶକ୍ତିଶାଳୀ କରାଯିବା ସହ ଅଧିକରୁ ଅଧିକ ମହିଳା ମାନଙ୍କୁ କଂଗ୍ରେସ ସଂଗଠନ ସହ ଯୋଡ଼ା ଯାଇ ପାରିବ ସେ ବିଷୟରେ ପିସିସି ସଭାପତି ଭକ୍ତ ଚରଣ ଦାସ ଆଲୋକପାତ କରିଥିଲେ। ସେ ମଧ୍ୟ ଭୋଟ ଚୋରି ପ୍ରସଙ୍ଗ ଓ ସମ୍ବିଧାନ ବଞ୍ଚାଅ ବିଷୟରେ ପ୍ରତି ଘରେ ବାର୍ତ୍ତା କିପରି ପହଞ୍ଚିବ ସେ ବିଷୟରେ ଅବଗତ କରିଥିଲେ। ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି କହିଛନ୍ତି, ମହିଳା କଂଗ୍ରେସ ସଦସ୍ୟତା ଗ୍ରହଣ ଅଭିଯାନ ପୂରା ଦମରେ ଚାଲିଛି। ପ୍ରତ୍ୟେକ ସଦସ୍ୟ ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି ଏବଂ ଆମେ ଅତିଶୀଘ୍ର ଲକ୍ଷ୍ୟ ହାସଲ କରିବୁ ବୋଲି ପ୍ରକାଶ କରିଥିଲେ। ଏଆଇସିସି ପକ୍ଷରୁ ମିଡ଼ିଆ ଲିଙ୍କରେ କେମିତି ସଦସ୍ୟତା ଗ୍ରହଣ କରାଯାଏ ତାହା ପ୍ରଦର୍ଶିତ କରିବା ସହ ସଭାନେତ୍ରୀ ସଦସ୍ୟତା ଅଭିଯାନରେ କଣ ସବୁ ଅସୁବିଧାର ସାମ୍ନା କରିବାକୁ ପଡୁଛି ସଦସ୍ୟା ମାନଙ୍କୁ ଜଣାଇବାକୁ ଅନୁରୋଧ କରିଥିଲେ। ମହିଳା କଂଗ୍ରେସ ସଦସ୍ୟତା ଗ୍ରହଣ ଅଭିଯାନ ଆଲୋଚନା ସଭାରେ ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁଙ୍କ ସହ ମହିଳା କଂଗ୍ରେସ ଅଧ୍ୟକ୍ଷା ମିନାକ୍ଷୀ ବାହିନୀପତି ଏବଂ ସମସ୍ତ ବରିଷ୍ଠ ଏବଂ କନିଷ୍ଠ ମହିଳା ସଦସ୍ୟା ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking