11.1 C
Bhubaneswar
Friday, January 16, 2026
Homeଖେଳମହିଳା ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକି; ସଲିମା ଟେଟେଙ୍କୁ ଭାରତର ନେତୃତ୍ୱ

ମହିଳା ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକି; ସଲିମା ଟେଟେଙ୍କୁ ଭାରତର ନେତୃତ୍ୱ

ନୂଆଦିଲ୍ଲୀ: ବିହାରର ନବନିର୍ମିତ ରାଜଗିର ହକି ଷ୍ଟାଡିୟମ୍‌ରେ ନଭେମ୍ବର ୧୧ରୁ ୨୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମହିଳା ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପାଇଁ ସଲିମା ଟେଟେଙ୍କ ନେତୃତ୍ୱରେ ୧୮ ଜଣିଆ ଭାରତୀୟ ଟିମ୍ ଘୋଷିତ ହୋଇଛି। ନବନୀତ କୌର୍‌ଙ୍କୁ ଟିମ୍‌ର ଭାଇସ୍‌-କ୍ୟାପ୍‌ଟେନ୍ ନିଯୁକ୍ତ କରାଯାଇଛି। ଭାରତ ଗତବର୍ଷ ରାଞ୍ଚିରେ ଆୟୋଜିତ ଟୁର୍ଣ୍ଣାମେଣ୍ଟ୍‌ରେ ଟାଇଟଲ୍ ଜିତିଥିଲା। ଏହାପରେ ଟିମ୍‌ର ପ୍ରଦର୍ଶନରେ ଅବନତି ଘଟିଚାଲିଛି। ଏହି କଣ୍ଟିନେଣ୍ଟାଲ୍ ଟୁର୍ଣ୍ଣାମେଣ୍ଟ୍‌ରେ ଟିମ୍‌କୁ ପ୍ୟାରିସ୍ ଅଲିମ୍ପିକ୍ ବ୍ରୋଞ୍ଜ୍ ପଦକ ବିଜେତା ଚୀନ୍‌, ଜାପାନ, କୋରିଆ, ମାଲେସିଆ ଏବଂ ଥାଇଲାଣ୍ଡ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡ଼ିବ। ଭାରତ ନଭେମ୍ବର ୧୧ରେ ମାଲେସିଆ ବିପକ୍ଷରେ ଅଭିଯାନ ଆରମ୍ଭ କରିବ। ସଲିମା ଟେଟେ କହିଛନ୍ତି, ‘ଆଉ ଏକ ବଡ଼ ଟୁର୍ଣ୍ଣାମେଣ୍ଟ୍‌ରେ ଟିମ୍‌ର ନେତୃତ୍ୱ ନେବା ଏକ ଚମତ୍କାର ଅନୁଭବ। ଆମେ ଡିଫେଣ୍ଡିଂ ଚାମ୍ପିଅନ୍ ଭାବେ ଟିମ୍‌ରେ ଭାଗନେବୁ।’ ସେ ଆହୁରି କହିଛନ୍ତି, ଆମେ କଠିନ ପରିଶ୍ରମ କରିଛୁ। ଆମ ନିକଟରେ ଅନୁଭବୀ ଖେଳାଳି ଏବଂ ଯୁବ ପ୍ରତିଭାଙ୍କ ସହ ଏକ ଶକ୍ତିଶାଳୀ ଟିମ୍ ରହିଛି। ଟାଇଟଲ୍ ଡିଫେଣ୍ଡ କରିବା ଏବଂ ଗତବର୍ଷ ପ୍ରଦର୍ଶିତ କରିଥିବା ଦୃଢ଼ ସଙ୍କଳ୍ପ ସହ ଖେଳିବା ଆମର ଲକ୍ଷ୍ୟ। ଭାରତୀୟ ଟିମ୍‌: ଗୋଲ୍‌କିପର୍‌- ସବିତା, ବିଚୁ ଦେବୀ ଖାରିବାମ; ଡିଫେଣ୍ଡର୍‌- ଉଦିତା, ଜ୍ୟୋତି, ବୈଷ୍ଣବୀ ବିଠଲ ଫାଲ୍‌କେ, ସୁଶିଳା ଚାନୁ ପୁଖରାମବମ, ଇଶିକା ଚୌଧୁରୀ; ମିଡ୍‌ଫିଲ୍ଡର- ନେହା, ସଲିମା ଟେଟେ, ଊର୍ମିଳା ଦେବୀ, ମନୀଷା ଚୌହାନ୍‌, ସୁନେଲିତା ଟପ୍ପୋ, ଲାଲ୍‌ରେସ୍‌ମିୟାମି; ଫରୱାର୍ଡ- ନବନୀତ କୌର, ପ୍ରୀତି ଦୁବେ, ସଙ୍ଗୀତା କୁମାର, ଦୀପିକା, ବ୍ୟୁଟି ଡୁଙ୍ଗ୍‌ଡୁଙ୍ଗ୍‌।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking