14.1 C
Bhubaneswar
Sunday, December 7, 2025
Homeଓଡିଶାନାଇଟ ସିଫ୍ଟ ପାଇଁ ମହିଳା ଦେବେ ସହମତି ପତ୍ର

ନାଇଟ ସିଫ୍ଟ ପାଇଁ ମହିଳା ଦେବେ ସହମତି ପତ୍ର

ଭୁବନେଶ୍ୱର: ନାଇଟ ସିଫ୍ଟ ପାଇଁ ମହିଳା ଦେବେ ସହମତି ପତ୍ର । କର୍ମଜୀବି ମହିଳାଙ୍କ ନାଇଟ ସିଫ୍ଟ ପାଇଁ ଆସିଲା ନୂଆ ବିଜ୍ଞପ୍ତି । ଘରୋଇ ଉଦ୍ୟୋଗ ଓ ବ୍ୟବସାୟିକ ପ୍ରତିଷ୍ଠାନର କର୍ମଜୀବୀ ମହିଳାଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରତିଷ୍ଠାନ ଏନେଇ ଶ୍ରମ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । କର୍ମକ୍ଷେତ୍ରରେ ଅତି କମରେ ୩ ଜଣ ମହିଳା କର୍ମଚାରୀ ଥିବା ଆବଶ୍ୟକ । ଜିଏସପି ଟ୍ରାକିଂ ବ୍ୟବସ୍ଥା ସହ ପରିବହନ ସୁବିଧା ଥିବା ଆବଶ୍ୟକ । ରାତିରେ ମହିଳାଙ୍କୁ ଘରୁ ଆଣିବା ଓ ଛାଡିବା ପାଇଁ ବ୍ୟବସ୍ଥା ରହିବା ଆବଶ୍ୟକ । ମହିଳାଙ୍କୁ ନେବା ଆଣିବା କରୁଥିବା ଡ୍ରାଇଭରଙ୍କ ବ୍ୟକ୍ତିଗତ ତଥ୍ୟ ଯାଞ୍ଚ କରିବ ପୋଲିସ । ରାତିରେ କାମ କରିବା ପାଇଁ ମହିଳା କର୍ମଚାରୀଙ୍କ ସହମତି ଆବଶ୍ୟକ ।  ଡ୍ୟୁଟି ସମୟ ଦିନ ଓ ରାତି କାଯ୍ୟ ମଧ୍ୟରେ ଅତିକମରେ ୮ ଘଣ୍ଟା ବ୍ୟବଧାନ ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking