27.1 C
Bhubaneswar
Saturday, December 28, 2024
Homeଦେଶ ବିଦେଶଭୋଟ୍‌ଦାତାଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ସର୍ବାଧିକ

ଭୋଟ୍‌ଦାତାଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ସର୍ବାଧିକ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ସମ୍ପର୍କରେ କେନ୍ଦ ନିର୍ବାଚନ ଆୟୋଗ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଛନ୍ତି। ଆୟୋଗଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ଲୋକସଭା ନିର୍ବାଚନରେ ପୁରୁଷ ଭୋଟରଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ସର୍ବାଧିକ ରହିଛି। ସେହିପରି ଦେଶବ୍ୟାପୀ ୨ ମାସ ଧରି ଚାଲିଥିବା ନିର୍ବାଚନୀ ପ୍ରକ୍ରିୟାକୁ କିପରି ସୁଚାରୁରୂପେ ପରିଚାଳନା କରାଯାଇଥିଲା ସେନେଇ ମଧ୍ୟ ନିର୍ବାଚନ ଆୟୋଗ ଜଣାଇଛନ୍ତି। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସାର୍ବଜନୀନୀ କରାଯାଇଥିବା ଏହି ରିପୋର୍ଟରେ ଦେଶର ମୋଟ ଭୋଟରଙ୍କ ଠାରୁ ଭୋଟ ପ୍ରତିଶତ ଏବଂ ମୋଟ ମତଦାନ କେନ୍ଦ୍ରରୁ ନାମାଙ୍କନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୂଚନା ଶେୟାର କରାଯାଇଛି।

କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଦ୍ୱାରା ପ୍ରକାଶିତ ସୂଚନା ଅନୁଯାୟୀ, ୨୦୨୪ ଲୋକ ସଭା ନିର୍ବାଚନରେ ମୋଟ ୯୭ କୋଟି, ୯୭ ଲକ୍ଷ ୫୧ ହଜାର ୮୪୭ ପଞ୍ଜିକୃତ ଭୋଟର ଥିବା ବେଳେ ସେମାନଙ୍କ ମଧ୍ୟରୁ ୬୪.୬୪ କୋଟି ଭୋଟର ଭୋଟ୍ ଦେଇଛନ୍ତି। ୨୦୧୯ରେ ୯୧କୋଟି, ୧୯ଲକ୍ଷ ୫୦ ହଜାର ୭୩୪ ପଞ୍ଜିକୃତ ଭୋଟର ଥିଲେ ଯେତେବେଳେ କି ୬୧.୪ କୋଟି ଭୋଟର ସେମାନଙ୍କ ମତଦାନ କରିଥିଲେ। ଏହାର ଅର୍ଥ ହେଉଛି ୨୦୧୯ତୁଳନାରେ ୨୦୨୪ରେ ୭.୪୩% ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଛି। ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ଆସାମର ଧୁବ୍ରି ଆସନରେ ସର୍ବାଧିକ ମତଦାନ ୯୨.୩ ପ୍ରତିଶତ ରହିଛି। ସର୍ବନିମ୍ନ ମତଦାନ ଶ୍ରୀନଗରରେ (ଜମ୍ମୁ କଶ୍ମୀର) ୩୮.୭% ଥିବାବେଳେ ୨୦୧୯ରେ ଏହି ଆସନରେ ୧୪.୪% ମତଦାନ ହୋଇଥିଲା। ୨୦୨୪ମସିହାରେ, ନୋଟା ୬୩ ଲକ୍ଷ ୭୧ହଜାର ୮୩୯ (୦.୯୯%) ଭୋଟ ପାଇଥିଲା ବେଳେ ୨୦୧୯ରେ, ନୋଟା ପାଇଁ ୧.୦୬% ଭୋଟ ଦିଆଯାଇଥିଲା। ଏଥର ଟ୍ରାନ୍ସଜେଣ୍ଡର ଭୋଟରଙ୍କ ଭୋଟ ପ୍ରତିଶତ ୨୭.୦୯% ଥିଲା। ୨୦୨୪ରେ, ୬୫.୭୮% ମହିଳା ଭୋଟର (ସୁରଟ ବ୍ୟତୀତ) ଭୋଟ ଦେଇଥିବାବେଳେ ୬୫.୫୫% ପୁରୁଷ ଭୋଟର ମତ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking